ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ସାନହୁଲା ହାଇସ୍କୁଲରେ ୨ ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡ଼ା ଉଦଯାପିତ ହୋଇଛି। ଶିକ୍ଷକ ତ୍ରିଲୋଚନ ଦେହୁରୀ କାର୍ଯ୍ୟକ୍ରମ ଉଦଘାଟନ କରିଥିବା ବେଳେ ଉଦଯାପନୀ ଦିବସରେ ପ୍ରଧାନ ଶିକ୍ଷକ ବିଶ୍ବନାଥ ପ୍ରଧାନ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ସାନହୁଲା ସରପଞ୍ଚ ରଶ୍ମିତା ବେହେରା, ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟା ତପସ୍ବିନୀ ନାୟକ, ଶିକ୍ଷକ ଜଗଦୀଶ ନନ୍ଦ, ରଶ୍ମିତା ପ୍ରଧାନ, କୁମୁଦିନୀ ସ୍ବାଇଁ, ରୋଜାଲିନ ନାୟକ, ପଦ୍ମାଳୟା ନାୟକ ଯୋଗଦେଇ ଉତ୍ତମ ଖେଳ ପ୍ରଦର୍ଶନ କରିଥିବା କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ସମସ୍ତ କ୍ରୀଡ଼ାକୁ କ୍ରୀଡ଼ା ଶିକ୍ଷୟିତ୍ରୀ ବିନୋଦିନୀ ସାହୁ ପରିଚାଳନା କରିଥିଲେ।