ଅନ୍ୟାନ୍ୟ

ହେମସୁରପଡ଼ାରେ ଶନିଶ୍ଚର ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା

By Angul TV Bureau

April 29, 2023

ଅନୁଗୁଳ: ଅନୁଗୁଳ ସହର ହେମସୁରପଡାରେ ଆଜି ଶ୍ରୀ ଶନିଶ୍ଚର ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ହୋଇଛି। ଏଥି ସହ ମା’ ଦକ୍ଷିଣ କାଳୀ ଏବଂ ସଙ୍କଟ ମୋଚନ ହନୁମାନଙ୍କ ନୂତନ ବିଗ୍ରହ ମଧ୍ୟ ପ୍ରତିଷ୍ଠା ହୋଇଛି। ପାଞ୍ଚ ଦିନ ଧରି ଚାଲିଥିବା ଏହି ପ୍ରତିଷ୍ଠା ଦିବସରେ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ଶତପଥୀ ଓ ଅନ୍ୟ ପଣ୍ଡିତଙ୍କ ଦ୍ୱାରା ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା।

ଏଥିସହ ଅଖଣ୍ଡ ରାମାୟଣ ପାଠ, ହନୁମାନ ଚାଳିଶା ପାଠ ହୋଇଥିଲା। ଶନିବାର ଦିନ ବିଗ୍ରହ ସ୍ଥାପନ କାର୍ଯ୍ୟ ସମ୍ପନ୍ନ ହୋଇଛି। ଯଜ୍ଞରେ କର୍ତ୍ତା ଭାବେ ପ୍ରଶାନ୍ତ ଦଳବେହେରା ଓ ରେଣୁବାଳା ଦଳବେହେରା ପୂଜାର୍ଚ୍ଚନା କରିଥିଲେ। କାର୍ଯ୍ୟକ୍ରମରେ ହେମସୁରପଡାର ମକଦାମୀ ରାଉତ, କୁମୁଦ ଚନ୍ଦ୍ର କର, ବନାଦି ଚରଣ ପ୍ରଧାନ, ବୃନ୍ଦାବନ ସ୍ୱାଇଁ, ପ୍ରମୋଦ ଦଳବେହେରା, ରାଜକିଶୋର ଦଳବେହେରା, ମୋହନ ଶର୍ମା, ରୋହିତାସ୍ବ ଦଳବେହେରା, ଗଗନ ପରିଡା, ନମିତା ଦଳବେହେରା, ଶୋଭାରାଣୀ ସାହୁ, ଗୋପବନ୍ଧୁ ସ୍ୱାଇଁ, ବ୍ରଜବନ୍ଧୁ ପଲେଇ ପ୍ରମୁଖ ସହଯୋଗ କରିଥିଲେ।