ଅନ୍ୟାନ୍ୟ

ଶନି ମହାଦେବଙ୍କ ବାର୍ଷିକ ଉତ୍ସବ

By Angul TV Bureau

November 14, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ସୌଭାଗ୍ୟ ସାଗର ପୋଖରୀ ନିକଟରେ ପୂଜା ପାଉଥିବା ଶନି ମହାଦେବଙ୍କ ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳନ କରାଯାଇଛି। ଏହି ଅବସରରେ ମନ୍ଦିର ନିକଟରେ ପୂଜା ଯଜ୍ଞ ,କୀର୍ତ୍ତନ କରାଯାଇଥିଲା। ବହୁସଂଖ୍ୟକ ଶ୍ରଦ୍ଧାଳୁ ଏଥିରେ ସାମିଲ୍ ହୋଇ ଶନି ଦେବଙ୍କ କୃପାଭିକ୍ଷା ଲାଭ କରିଥିଲେ ।ଶଙ୍ଖ ,ଘଣ୍ଟ ବାଦ୍ୟ ସାଙ୍ଗକୁ ଶନି ଦେବଙ୍କ ଜୟଜୟ କାରରେ ସମଗ୍ର ପରିବେଶ ଉତ୍ସବ ମୁଖର ହୋଇ ଉଠିଥିଲା । ସୌଭାଗ୍ୟ ସାଗର ଶନି କମିଟିର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।