ଅନ୍ୟାନ୍ୟ

ସଞ୍ଜୀବ କୁମାର ମାଣ୍ଡୋଠିଆ ହେଲେ ପ୍ରଦେଶ କଂଗ୍ରେସ କମିଟି ଓବିସି ବିଭାଗର ରାଜ୍ୟ ସାଧାରଣ ସମ୍ପାଦକ

By Angul TV Bureau

February 29, 2024

ଅନୁଗୁଳ: ଅଖିଳ ଭାରତୀୟ କଂଗ୍ରେସ କମିଟିର ଓବିସି ବିଭାଗର ଅଧ୍ୟକ୍ଷ କ୍ୟାପଟେନ ଅଜୟ ସିଂହ ଯାଦବ ଓଡ଼ିଶା କଂଗ୍ରେସ କମିଟିର ଓବିସି ବିଭାଗର ରାଜ୍ୟ କର୍ମକର୍ତ୍ତା ମନୋନୀତ କରିଛନ୍ତି। ଏଥିରେ ଅନୁଗୁଳ ଜିଲ୍ଲାର ଯୁବ ସଂଗଠକ ସଞ୍ଜୀବ କୁମାର ମାଣ୍ଡୋଠିଆ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ପୂର୍ବରୁ ସଞ୍ଜୀବ କୁମାର ମଣ୍ଡୋଠିଆ ଜିଲ୍ଲା ଛାତ୍ର କଂଗ୍ରେସର ଉପ-ସଭାପତି, ଜିଲ୍ଲା ଯୁବ କଂଗ୍ରେସ ସାଧାରଣ ସମ୍ପାଦକ, ଜିଲ୍ଲା ଯୁବ ଶ୍ରମିକ କଂଗ୍ରେସ ଉପ-ସଭାପତି, ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ଜିଲ୍ଲା କଂଗ୍ରେସ କମିଟିର କୋଷାଧ୍ୟକ୍ଷ ଭାବେ ଦାୟିତ୍ଵ ସୁଚାର ରୂପେ ତୁଲାଇଛନ୍ତି। ସେ ଜଣେ ସାଲିସ୍ ବିହୀନ ଯୁବ ସଂଗଠକ ହିସାବରେ ଜିଲ୍ଲାରେ ପରିଚିତ।

ଏହି ନୂତନ ଦାୟିତ୍ଵ ପାଇବା ପରେ ଶ୍ରୀ ମାଣ୍ଡୋଠିଆ ସମସ୍ତ ବରିଷ୍ଠ ନେତୃବୃନ୍ଦଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।