ମୁଖ୍ୟ ଖବର

ସ‌ନ୍ତୋଷ ହେଲେ ଏୟୁସିସି ବ୍ୟାଙ୍କ ସଭାପତି

By Swagatika Samantray

November 20, 2022

ଅନୁଗୁଳ: ସନ୍ତୋଷ ପ୍ରଧାନ ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ(ଏୟୁସିସି) ବ୍ୟାଙ୍କର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଶନିବାର ଅନୁଷ୍ଠିତ ଭୋଟରେ ସେ ୧୫-୦ ବ୍ୟବଧାନରେ ପ୍ରତାପ ଚନ୍ଦ୍ର ମଲ୍ଲିକଙ୍କୁ ପରାସ୍ତ କରିଛନ୍ତି। ଏପରିକି ଖୋଦ୍‌ ପ୍ରତାପ ତାଙ୍କ ଭୋଟ ସନ୍ତୋଷଙ୍କୁ ଦେଇଛନ୍ତି। ଉଭୟ ପ୍ରାର୍ଥୀ ବିଜେଡି ସମର୍ଥିତ ହୋଇଥିଲେ ମଧ୍ୟ ସନ୍ତୋଷଙ୍କୁ ଦଳ ସଭାପତି ପ୍ରାର୍ଥୀ କରିଥିଲା। ପରେ ପ୍ରତାପ ତାଙ୍କୁ ସମର୍ଥନ ଦେଇଛନ୍ତି।

ସୂଚନା ଯେ,ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ(ଏୟୁସିସି) ବ୍ୟାଙ୍କର ସଭାପତି ପାଇଁ ସନ୍ତୋଷ ପ୍ରଧାନ ଓ ପ୍ରତାପ ଚନ୍ଦ୍ର ମଲ୍ଲିକ ନାମାଙ୍କନପତ୍ର ଦାଖଲ କରିଥିବାରୁ ଭୋଟ ଗ୍ରହଣ କରାଯାଇଥିଲା। ବ୍ୟାଙ୍କ ସମ୍ମିଳନୀ କକ୍ଷରେ ପୂର୍ବାହ୍ନ ୧୦ଟାରୁ ୧୨ଟା ଭିତରେ ବ୍ୟାଙ୍କର ନବନିର୍ବାଚିତ ନିର୍ଦ୍ଦେଶକ ଭୋଟ ଦେଇଥିଲେ। ପରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରିଥିଲେ ନିର୍ବ‌ାଚନ ଅଧିକାରୀ। ସମସ୍ତ ୧୫ଟି ଯାକ ‌ଭୋଟ ସନ୍ତୋଷ ପ୍ରଧାନଙ୍କ ସପକ୍ଷରେ ଯାଇଥିଲା। ବିଜେଡିରୁ ବିଦ୍ରୋହୀ ପ୍ରାର୍ଥୀ ହୋଇଥିବା ପ୍ରତାପ ଚନ୍ଦ୍ର ମଲ୍ଲିକ ତାଙ୍କ ଭୋଟ ନିଜ ବିପକ୍ଷରେ ଦେଇଥିଲେ। ଫଳାଫଳ ଘୋଷଣା ପରେ ବିଜେଡି ନେତାମାନେ ମିଠା ଖୁଆଇ, ବାଣ ଫୁଟାଇ ବିଜୟ ଉତ୍ସବ ପାଳିଥିଲେ। ଏହି ସମୟରେ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଅନୁଗୁଳ ବିଜେଡି ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ, ଯୁବନେତା ଅରୁଣାଭ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।