ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକର ସାନ୍ତରାପୁର (ଖ) ଗାଁରେ ବେଆଇନ ମଦ କାରବାରକୁ ବିରୋଧ କରି ଗ୍ରାମର ମହିଳା ଓ ଅନ୍ୟ ବାସିନ୍ଦାମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସେମାନେ ଗାଁରେ ସମ୍ପୂର୍ଣ୍ଣ ମଦ ବିକ୍ରି ବନ୍ଦ କରିବାକୁ ଦାବି କରିଛନ୍ତି।
ପୂର୍ବରୁ ଗ୍ରାମବାସୀମାନେ ଜିଲ୍ଲାପାଳ ଓ ଅବକାରୀ ବିଭାଗକୁ ଏନେଇ ଜଣାଇଥିଲେ ମଧ୍ୟ କୌଣସି ଫଳ ମିଳିନଥିଲା। ତେଣୁ ଆଜି ଅପରାହ୍ନରେ ମହିଳାମାନେ ଏକ ସଚେତନତା ରାଲି କରି ଗାଁରେ ମଦ ବିକ୍ରି ନକରିବା ପାଇଁ ଚେତାବନୀ ଦେଇଛନ୍ତି।
ଯଦି ଏହି ବେଆଇନ କାରବାର ବନ୍ଦ ନହୁଏ, ତେବେ ମହିଳାମାନେ ରାଜରାସ୍ତା ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି।