କ୍ରୀଡ଼ା

ସାପୋଇନାଳୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ସିଙ୍କୁଳାପାଟ ଟିମ୍ ଚାମ୍ପିଅନ

By Angul TV Bureau

March 22, 2026

ଅନୁଗୁଳ:ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଶିମିଳିପାଳ ପଞ୍ଚାୟତ ସାପୋଇନାଳୀ ଗ୍ରାମ ଖେଳ ପଡ଼ିଆରେ ଚାଲିଥିବା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି ଏକ ଦିବସୀୟ ଟୁର୍ଣ୍ଣାମେଣ୍ଟରେ ମୋଟ୍ ୪ଟି ଟିମ୍ ଭାଗ ନେଇଥିଲା। ଫାଇନାଲ୍ ମ୍ୟାଚରେ ସିଙ୍କୁଳାପାଟ୍ ଓ ସାପୋଇନାଳୀ ମଧ୍ୟରେ ମୁକାବିଲା ହୋଇଥିଲା। ସାପୋଇନାଳୀକୁ ହରାଇ ସିଙ୍କୁଳାପାଟ୍ ଦଳ ଚାମ୍ପିଅନ ହୋଇଥିଲା।

ଏହି ଫାଇନାଲ୍ ମ୍ୟାଚରେ ଯୁବ ସମାଜସେବୀ ତଥା ପୂର୍ବତନ ଛାତ୍ର ସଭାପତି ଯୋଗଦେଇ ଖେଳାଳିଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ବରୁଣ, ସୁବ୍ରତ, କାହ୍ନା, ପିନୁ, ଲିପନ, ସିଦ୍ଧାନ୍ତଙ୍କ ସମେତ ସାପୋଇନାଳୀ ବଜରଙ୍ଗୀ କ୍ରିକେଟ୍ କ୍ଲବର ସମସ୍ତ ଖେଳାଳୀଙ୍କ ସହଯୋଗରେ ଟୁର୍ଣ୍ଣାମେଣ୍ଟ ସଫଳ ଭାବେ ଆୟୋଜିତ ହୋଇଥିଲା।