ଅନ୍ୟାନ୍ୟ

ମାଧପୁର ସରସ୍ଵତୀ ଶିଶୁ ମନ୍ଦିରରେ ‘ସପ୍ତଶକ୍ତି ସଙ୍ଗମ’ କାର୍ଯ୍ୟକ୍ରମ

By Angul TV Bureau

December 26, 2025

ମାଧପୁର: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ‘ସପ୍ତଶକ୍ତି ସଙ୍ଗମ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ରଶ୍ମିରେଖା ମାହାର (୫ନଂ ଜୋନ୍ ଜିଲ୍ଲା ପରିଷଦର ସଦସ୍ୟା ), ସମ୍ମାନିତ ଅତିଥି ଭାବରେ ଅଞ୍ଜଳି ମହାଖୁଡ, ମୁଖ୍ୟବକ୍ତା ଭାବରେ ଜ୍ୟୋସ୍ନାମୟୀ ପ୍ରଧାନ (ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବଇଣ୍ଡା ର ସହ ପ୍ରଧାନ ଆଚାର୍ଯ୍ୟା ଏବଂ ଜିଲ୍ଲାରଳ ମାତୃଭାରତୀ ସହ ସଂଯୋଜିକା), ବିଦ୍ୟାଳୟ ଅଭିଭାବିକା ତଥା ମାତୃଭାରତୀ ସଭାପତି ସସ୍ମିତା ମହାପାତ୍ର, ବିଦ୍ୟାଳୟ ପରିଚାଳନା ସମିତି ସଦସ୍ୟାସୁଗୀତା ପ୍ରଧାନ ଏବଂ ଲିପିକା ସେଠୀ ଉପସ୍ଥିତ ଥିଲେ।

ଉକ୍ତ ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ ରେ ମୋଟ୍ ୨୨୭ ଜଣ ମାଆ ଉପସ୍ଥିତ ଥିଲେ। ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ନିଗମାନନ୍ଦ କଳତାଙ୍କ ତତ୍ତ୍ଵାବଧାନରେ ଏବଂ ଆଚାର୍ଯ୍ୟା ନମିତା ପ୍ରଧାନ ଅଧ୍ୟକ୍ଷତାରେ ତତ୍ ସହିତ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ସେବକ ସେଵିକାଙ୍କ ସହଯୋଗରେ କାର୍ଯକ୍ରମ ସମାପନ ହୋଇଥିଲା।