ଘଟଣା ଓ ଦୁର୍ଘଟଣା

ଜନ୍ତୁ ଭ୍ରମରେ ଶରବିଦ୍ଧ ହେଲେ ଯୁବକ

By Biswaranjan Pattnaik

October 05, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ କଙ୍କରେଇ ଗାଁର ଜଣେ ଯୁବକ ଜନ୍ତୁ ଭ୍ରମରେ ଶରବିଦ୍ଧ ହୋଇ ଗୁରୁତର ଆହତ ହୋଇଛନ୍ତି। ସୂଚନା ଯେ, ଦେବଗଡ଼ ଜିଲ୍ଲା ଛଲକ ଗାଁର ଶିବ ନାହାକ କଙ୍କରେଇ ଗାଁରେ ଘର ସଟରିଂ କାମ କରିବା ପାଇଁ ଯାଇଥିଲେ। ସୋମବାର ରାତି ପ୍ରାୟ ୯ଟାରେ ପାଖ ଏକ ନାଳକୁ ଶୌଚ ପାଇଁ ଯାଇଥିଲେ। ଶିବ ଶୌଚ ହେଉଥିବା ବେଳେ ହଠାତ ଜଣେ କେହି ଶିବଙ୍କ ଉପରକୁ ଧନୁଶର ମାରିଥିଲେ। ଶର ତାଙ୍କ କାନ୍ଧରେ ଗଳି ଯାଇ ଥିଲା। ରାତି ଅନ୍ଧାରରେ ଶିବଙ୍କୁ କିଛି ଦେଖା ଯାଇନଥିଲା। ତେବେ ନାଳକୁ ଜନ୍ତୁ ଆସିଥିବା ସନ୍ଦେହରେ କେହି ଶିକାରୀ ଶର ମରିଥିବା ସନ୍ଦେହ କରାଯାଉଛି। ତେବେ ନାଳକୁ ଯାଇଥିବା ଅନ୍ୟ କିଛି ଶ୍ରମିକ ଗୁରୁତର ଶିବଙ୍କୁ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତିକରିଥିଲେ। ସେଠାରେ ଅସ୍ତ୍ରୋପଚାର କରାଯାଇ ଶିବଙ୍କ କାନ୍ଧରୁ ଶର କଢା ଯାଇଛି।