ଅନ୍ୟାନ୍ୟ

ଆଦିବାସୀଙ୍କୁ ସଂରକ୍ଷଣ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର

By Angul TV Bureau

January 04, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅନୁସୂଚିତ ଜନଜାତିଙ୍କ ସଂରକ୍ଷଣ ଦାବିରେ ଅନୁଗୁଳ ସମ୍ମିଳିତ ଆଦିବାସୀ ସମାଜ ପକ୍ଷରୁ ଜିଲ୍ଲାପାଳଙ୍କୁ ସୋମବାର ଦାବୀପତ୍ର ପ୍ରଦାନ କରାଯାଇଛି। ଜିଲ୍ଲାର ୮ଟି ବ୍ଲକ୍ର ୨୨୫ଟି ଗ୍ରାମ ପଞ୍ଚାୟତ ରହିଛି। ୨୦୨୨ରେ ହେବାକୁ ଯାଉଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାର ୨୨୫ଟି ପଞ୍ଚାୟତରେ ଅନୁସୂଚିତ ଜନଜାତି ପ୍ରାର୍ଥୀ/ ପ୍ରାର୍ଥୀନିଙ୍କ ପାଇଁ ସରପଞ୍ଚ ପଦ ଓ ୮ଟି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ବ୍ୟବସ୍ଥା ନାହିଁ। ଏଣୁ ସରକାରଙ୍କ ତରଫରୁ ଜାରି କରାଯାଇଥିବା ତୃଟିପୂର୍ଣ୍ଣ ବିଜ୍ଞପ୍ତିକୁ ତୁରନ୍ତ ପ୍ରତ୍ୟାହାର କରି, ପୂର୍ବରୁ ପ୍ରଚଳିତ ଥିବା ସଂରକ୍ଷଣ ବ୍ୟବସ୍ଥାକୁ ଲାଗୁ କରିବାକୁ ସମ୍ମିଳିତ ଆଦିବାସୀ ସମାଜ ଦାବି କରିଛି। ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସରକାର ଏହାର ସୁବିଚାର ନ’ କରନ୍ତି, ତେବେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାର ସମସ୍ତ ଆଦିବାସୀ ଭୋଟ ବର୍ଜନ କରିବା ସହିତ କୋର୍ଟର ଆଶ୍ରୟ ନେବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। ଆଦିବାସୀ ସମାଜର କର୍ମକର୍ତ୍ତାମାନେ ଜିଲ୍ଲା କାର୍ଯ୍ୟାଳୟଠାରେ ପହଞ୍ଚି ସେମାନଙ୍କ ଦାବି ସମ୍ପର୍କରେ ସଭା କରିଥିଲେ। ଏଥିରେ ସଙ୍ଗଠନର ମହାସଚିବ ତଥା ଆବାହକ ପ୍ୟାରୀମୋହନ ନାୟକ ଅଧ୍ୟକ୍ଷତାରେ ଓଡ଼ିଶା ଅକ୍ଷିଳଭାରତୀୟ ଗୌଣ୍ଡୱାନା ଗୌଣ୍ଡ ମହାସଭା ଦ୍ଵାରା ଆହୁତ ପ୍ରତିବାଦ ସଭାରେ ଜିଲ୍ଲାରେ ଥିବା ୧୦(ଦଶ) ପ୍ରକାର ଆଦିବାସୀ ସଙ୍ଗଠନର ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ସାମିଲ୍ ହୋଇଥିଲେ। ପରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ସେମାନଙ୍କ ଦାବିପତ୍ର ପ୍ରଦାନ କରିଥିଲେ।