ଅନ୍ୟାନ୍ୟ

ଗୋଚର ଜମିରେ ବନିଥିବା ଜଳାଶୟକୁ ପଞ୍ଚାୟତକୁ ହସ୍ତାନ୍ତର କରିବାକୁ ଜିଲ୍ଲାପାଳଙ୍କୁ ଦାବି ଜଣାଇଲେ ସରପଞ୍ଚ

By Angul TV Bureau

September 27, 2022

ଅନୁଗୁଳ: ସ୍ଥାନୀୟ ବଅଁରପାଳ ତହସିଲ ଅଧୀନସ୍ଥ ତୁରଙ୍ଗ ପଞ୍ଚାୟତରେ ଥିବା ଗୋଚର ଜମି ତଥା ପ୍ଲଟ ନମ୍ବର ୫୭୨୮ ଗୋଚର ଜାଗାରୁ ମାଟି ଚୋରି ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ତୁରଙ୍ଗ ପଞ୍ଚାୟତର ସରପଞ୍ଚ ସମରେନ୍ଦ୍ର ଦେହୁରୀ। ଏଥିସହ ଏହି ସ୍ଥାନରେ ବନିଥିବା ଜଳାଶୟକୁ ପଞ୍ଚାୟତକୁ ହସ୍ତାନ୍ତର କରିବାକୁ ସେ ନିବେଦନ କରିଛନ୍ତି।

ତୁରଙ୍ଗ ପଞ୍ଚାୟତର ସରପଞ୍ଚ ସମରେନ୍ଦ୍ର ଦେହୁରୀଙ୍କ ଅଭିଯୋଗ ଅନୁଯାୟୀ, ପଞ୍ଚାୟତରେ ଗୋଚର ଜମିରେ ଏବେ ୪-୫ଟି ଜଳାଶୟ ହୋଇଯାଇଛି। ଏ ନେଇ କୌଣସି ସୂଚନା ପଞ୍ଚାୟତ ତାଲିକାରେ ନାହିଁ। ପଞ୍ଚାୟତର ଆଭ୍ୟନ୍ତରୀଣ ଆୟବୃଦ୍ଧି ପାଇଁ ଜଳାଶୟଗୁଡ଼ିକୁ ସରକାରୀ ନିୟମ ଅନୁସାରେ ପଞ୍ଚାୟତକୁ ହସ୍ତାନ୍ତର କରିବା ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ତୁରଙ୍ଗ ପଞ୍ଚାୟତର ସରପଞ୍ଚ।