ଛେଣ୍ଡିପଦା: ଅଗ୍ରଣୀ ସାହିତ୍ୟାନୁଷ୍ଠାନ ସାରସ୍ଵତ ସାହିତ୍ୟ ସଂସଦ ପକ୍ଷରୁ ବାଗେଡିଆ ଠାରେ ଓଡିଆ ନବବର୍ଷ ଉପଲକ୍ଷେ ସାମ୍ବତ୍ସରିକ ବିଷୁବ ମିଳନ କବିତା ପାଠ ଓ ସମ୍ବର୍ଦ୍ଧନା ଉତ୍ସବ-୨୦୨୫ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ସମାଜସେବୀ ବିନୋଦ କୁମାର ସରଳିଆ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ପୂର୍ବତନ ସମ୍ପାଦକ ଡ. ଅକ୍ଷୟ କୁମାର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ଇଞ୍ଜିନିୟର ଶରତ କୁମାର ପ୍ରଧାନ ଓ ବାପୁଜୀ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଲୋକନାଥ ସାହୁ ଯଥାକ୍ରମେ ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡିଆ ଭାଷା ସାହିତ୍ୟର ସମୃଦ୍ଧିରେ ସାହିତ୍ୟାନୁଷ୍ଠାନ ଓ ସାହିତ୍ୟିକମାନଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ । ସମ୍ପାଦକ ପ୍ରଫେସର ବିଭୂତିଭୂଷଣ ମହାପାତ୍ର କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଦେଇଥିବା ବେଳେ ପୂର୍ବତନ ସମ୍ପାଦକ ସୁରେନ୍ଦ୍ର ଚନ୍ଦନ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ପରେ ପରେ ବାଗେଡିଆ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ସଂସ୍କୃତ ଶିକ୍ଷକ ପଣ୍ଡିତ ନରହରି କରଙ୍କୁ ସାରସ୍ଵତ ଗୁରୁଗୌରବ ସମ୍ମାନ-୨୦୨୫ ଓ ଖମାର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ତଥା ଆଞ୍ଚଳିକ ବ୍ରହ୍ମସମାଜର ଉପଦେଷ୍ଟା କାହ୍ନୁଚରଣ ଆଶ୍ଚର୍ଯ୍ୟଙ୍କୁ ସାରସ୍ଵତ ଶିକ୍ଷକ ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା । ପରେ କବି ବସନ୍ତ କୁମାର ପ୍ରଧାନ, ଦୁର୍ଯ୍ୟୋଧନ ଭୂତିଆ, ବିଜୟ କୁମାର ବାରିକ, ସବିତାରାଣୀ ବେହେରା, ନକୁଳ ମାଝୀ, ବିମଳ କୁମାର ରାଉଳ, ଉଦୟନାଥ ମାଝୀ, ଚନ୍ଦନ କରଙ୍କ ସମେତ ୨୦ ଜଣ କବି ସେମାନଙ୍କର ସ୍ଵରଚିତ କବିତା ଆବୃତ୍ତି କରିଥିଲେ । ଶେଷରେ ଅନୁଷ୍ଠାନର ସହସମ୍ପାଦକ ଡା. ସତ୍ୟନାରାୟଣ ଦାଶ ଧନ୍ୟବାଦାର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିୠଳନାରେ କବି ବିଜୟ କୁମାର ବାରିକ ଓ ଘନଶ୍ୟାମ ମାଝୀ ସକ୍ରିୟ ସହଯୋଗ କରିଥିଲେ ।