ଅନ୍ୟାନ୍ୟ

ଗୁରୁକୁଳ କ୍ଲାସେସରେ ମହାଆଡମ୍ବରରେ ସରସ୍ଵତୀ ପୂଜା ପାଳିତ

By Angul TV Bureau

January 25, 2026

ଅନୁଗୁଳ: ଅମଲାପଡା ୫ମ ଲେନରେ ଥିବା ଗୁରୁକୁଳ କ୍ଲାସେସ ପରିସରରେ ମହାଆଡମ୍ବରରେ ବାଗଦେବୀ ମା ସରସ୍ବତୀଙ୍କ ପୂଜା ପାଳିତ ହୋଇଯାଇଛି। ଅନୁଷ୍ଠାନର ନିର୍ଦ୍ଦେଶକ ଶୁଭ୍ରଜିତ୍ ପ୍ରଧାନଙ୍କ ତତ୍ତ୍ଵାବଧାନରେ ମହା ଆନନ୍ଦର ସହିତ ସରସ୍ଵତୀଙ୍କ ପୂଜା କରାଯାଇଥିଲା। ନିର୍ଦ୍ଦେଶକଙ୍କ ପିତା ଅଭିମନ୍ୟୁ ପ୍ରଧାନ କର୍ତ୍ତା ରୂପେ ପୂଜା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିଥିଲେ। ଏଥିରେ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକଗଣ ଯୋଗଦାନ କରି ମା ସରସ୍ବତୀଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ପରିଶେଷରେ ସମସ୍ତେ ଏକାଠି ପ୍ରସାଦ ସେବନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମର ସାଫଲ୍ଯ ନିମନ୍ତେ ଅନୁଷ୍ଠାନର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ।