ଅନ୍ୟାନ୍ୟ

DIET ଅନୁଗୁଳ ଓ ଛେଣ୍ଡିପଦା ପୋଲିସର ମିଳିତ ପ୍ରୟାସରେ ଏକତା ଦୌଡ଼; ଲୌହମାନବଙ୍କୁ ଶ୍ରଦ୍ଧାଞ୍ଜଳି

By Angul TV Bureau

October 31, 2025

ଅନୁଗୁଳ: ରାଷ୍ଟ୍ରୀୟ ଏକତା ଦିବସ ଅବସରରେ DIET ଅନୁଗୁଳ ଓ ଛେଣ୍ଡିପଦା ପୋଲିସର ସହଯୋଗରେ ‘ଏକତା ଦୌଡ଼’ (Run for Unity) ଆୟୋଜିତ ହୋଇଯାଇଛି। ଛାତ୍ରଶିକ୍ଷକ, ଅଧ୍ୟାପକ/ଅଧ୍ୟାପିକା ଓ ପୋଲିସ୍ ପ୍ରତିନିଧିମାନେ ଜଗନ୍ନାଥ ମନ୍ଦିର ନିକଟରୁ ଥାନା ଛକ ପର୍ଯ୍ୟନ୍ତ ଦୌଡ଼ି ଏକତାର ବାର୍ତ୍ତା ଦେଇଥିଲେ। ଛେଣ୍ଡିପଦା ବିଧାୟକଙ୍କ ପ୍ରତିନିଧି ଅକ୍ଷୟପାଦ ବେହେରା ଯୋଗ ଦେଇ ଉତ୍ସାହିତ କରିଥିଲେ।

ଦୌଡ଼ ପରେ DIET ତାଲିମ ହଲ୍‌ରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ଦେଶର ଏକତା ପାଇଁ ଶପଥପାଠ କରାଯାଇଥିଲା। ଅଧ୍ୟକ୍ଷ ବିକ୍ରମ କୁମାର ସାହୁ ପଟେଲଙ୍କ ଜୀବନୀ ଓ ଭାରତ ଏକୀକରଣରେ ତାଙ୍କ ଭୂମିକା ଉପରେ ଆଲୋକପାତ କରି ଦୃଢ଼ ଇଚ୍ଛାଶକ୍ତିର ମହତ୍ତ୍ୱ ବୁଝାଇଥିଲେ।

ଅଧ୍ୟାପକ ରାମକୃଷ୍ଣ ପରିଚ୍ଛା ସଞ୍ଚାଳନା କରିଥିବା ବେଳେ ଗୁରୁ ଛାତ୍ରୀ ତୃପ୍ତିମୟୀ ସେନାପତି, କଳ୍ପିତା ସାହୁ, ଲିଜାରାଣୀ ବେହେରା, ସୋନାଲିକା ମିଶ୍ର, ସ୍ୱାତୀ ସାହୁ, ବିଜୟାଲକ୍ଷ୍ମୀ ବିଶ୍ୱାଳ, ନିରୁପମା ନାୟକ ଓ ଶ୍ରଦ୍ଧାଞ୍ଜଳି ସାହୁ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଛାତ୍ରଶିକ୍ଷକଙ୍କ ମଧ୍ୟରେ ଜାତୀୟତାବୋଧ ମଜବୁତ କରିଛି।