ଘଟଣା ଓ ଦୁର୍ଘଟଣା

ମିଣ୍ଡାଳ ଗ୍ରାମରେ ସରୋଜ ନାୟକ ହତ୍ୟାକାଣ୍ଡ : ୮ ବର୍ଷ ପରେ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ

By Angul TV Bureau

July 27, 2021

ଅନୁଗୁଳ: ଆଠମଲ୍ଲିକ ଉପଖଣ୍ଡ ତଥା ଠାକୁରଗଡ଼ ଥାନା ମିଣ୍ଡାଳ ଗ୍ରାମରେ ୨୦୧୩ ମସିହା ଏପ୍ରିଲ ୧୪ ତାରିଖରେ ଘଟିଥିଲା ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ। ଅବକାରୀ ବିଭାଗର ଜଣେ କନେଷ୍ଟବଳ ସରୋଜ ନାୟକଙ୍କୁ କିଛି ଲୋକ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ୪ ଜଣଙ୍କର ସଂପୃକ୍ତି ଥିବା ପୁଲିସ ଜାଣିବାକୁ ପାଇଥିଲେ ହେଁ ୩ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ଅନ୍ୟତମ ଅଭିଯୁକ୍ତ ସୁନିଲ ବେହେରା ଘଟଣା ପରଠାରୁ ଫେରାର ଥିବା ବେଳେ ପୁଲିସ ତା’ର ପତ୍ତା ପାଇନଥିଲା। ତେବେ ପୋଡ଼ାପଥର ଗ୍ରାମରେ ସୁନିଲ୍ ରହିଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବର ପାଇବା ପରେ ପୁଲିସ ରବିବାର ରାତିରେ ଚଢ଼ଉ କରି ତାକୁ କାବୁ କରିଥିଲା। ଅଭିଯୁକ୍ତ ସୁନିଲ୍ କୁ କୋର୍ଟଚାଲାଣ କରାଯାଇଥିବା ଜଣାଯାଇଛି ।