ପ୍ରତିଭା ଓ ବ୍ୟକ୍ତିତ୍ୱ

ସରୋଜ ପଣ୍ଡାଙ୍କୁ ବନ୍ୟ ପ୍ରାଣୀ ସେବା ପୁରସ୍କାର

By Biswaranjan Pattnaik

December 07, 2025

ଅନୁଗୁଳ: ସାତକୋଶିଆ ବନ୍ୟ ପ୍ରାଣୀ ବନଖଣ୍ଡର ପୂର୍ବତନ ଡିଏଫ୍ଓ ସରୋଜ ପଣ୍ଡାଙ୍କୁ “ସାଙ୍କଚୁଆରି ଏସିଆ” ମାଗାଜିନ୍ ପକ୍ଷରୁ ମୁମ୍ବାଇର ଏନସିପିଏ ସେଣ୍ଟର୍ ଠାରେ ୨୦୨୫ ପାଇଁ ବନ୍ୟ ପ୍ରାଣୀ ସେବା ପୁରସ୍କାର ମିଳିଛି।

ସାତକୋଶିଆର ଜୈବ ବିବିଧତା ତଥା ପ୍ରକୃତିର ସୁରକ୍ଷା, ବନ୍ୟ ପ୍ରାଣୀଙ୍କ ସୁରକ୍ଷା ଏବଂ ସଚେତନତା କ୍ଷେତ୍ରରେ ଉତ୍କର୍ଷତା ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ଅଭିନେତା ସୁଚିତ୍ରା ପିଲାଇଙ୍କ ସଂଯୋଜନାରେ ଆୟୋଜିତ ଏହି ସମାରୋହରେ ମାଗାଜିନର ଫାଉଣ୍ଡର ଏଡ଼ିଟର ବିନୁ ସେହାଗଲ, ଏକ୍ଜିକ୍ୟୁଟିଭ ଏଡ଼ିଟର ଲକ୍ଷ୍ମୀ ରମଣ,ପ୍ରସିଦ୍ଧ ବନ୍ୟ ପ୍ରାଣୀ ଫଟୋଗ୍ରାଫର୍ ଷ୍ଟିଭ ୱିନ୍ଟର୍, ନିର୍ଦ୍ଦେଶକ ଡ଼ା ପର୍ବିଶ ପାଣ୍ଡ୍ୟା ଓ ଅନ୍ୟ ବହୁ ଅଧିକାରୀ ଉପସ୍ଥିତ ଥିଲେ। ସମାରୋହରେ ଶ୍ରେଷ୍ଠ ବନ୍ୟ ପ୍ରାଣୀ ଫଟୋ ଗ୍ରାଫରଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।