ଅନ୍ୟାନ୍ୟ

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଓବିସି ବିଭାଗ ଅଧ୍ୟକ୍ଷ ହେଲେ ସରୋଜ ପ୍ରଧାନ

By Angul TV Bureau

May 26, 2026

ଅନୁଗୁଳ: ଜିଲ୍ଲାର ବିସ୍ଥାପିତ ଲୋକଙ୍କ ଅଧିକାର ପାଇଁ ଲଢ଼ୁଥିବା କଂଗ୍ରେସ ନେତା ସରୋଜ ପ୍ରଧାନଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଓବିସି ବିଭାଗର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ତାଙ୍କ ନିଯୁକ୍ତି ପରେ ଅନୁଗୁଳ ସମେତ ଚାଷୀ ଓ ବିସ୍ଥାପିତ ବହୁଳ ଜିଲ୍ଲାଗୁଡ଼ିକର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

ସରୋଜ ପ୍ରଧାନ ପୂର୍ବରୁ ରାଜ୍ୟ ଛାତ୍ର କଂଗ୍ରେସର ସାଧାରଣ ସମ୍ପାଦକ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଏବଂ ଦୁଇ ଥର ଓପିସିସି ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି। ବିସ୍ଥାପିତ ଓ ଚାଷୀ ଆନ୍ଦୋଳନରେ ତାଙ୍କର ସକ୍ରିୟ ଭୂମିକା ରହିଛି। ଏହି ନୂଆ ଦାୟିତ୍ୱ ପାଇଁ ସରୋଜ ଏଆଇସିସି ସଭାପତି ମଲ୍ଲିକା ଅର୍ଜୁନ ଖଡ଼ଗେ, ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଏଆଇସିସି ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ, ଓପିସିସି ସଭାପତି ଭକ୍ତ ଚରଣ ଦାସ, ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଓ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏହି ଦାୟିତ୍ବ ମିଳିବା ପରେ ସରୋଜ ପ୍ରଧାନ କହିଛନ୍ତି, “ଆଗାମୀ ଦିନରେ ଓଡ଼ିଶାରେ ଅବହେଳିତ ଓବିସି ସଂପ୍ରଦାୟର ଲୋକଙ୍କ ପାଇଁ ସାଲିସ ବିହୀନ ଭାବେ କାମ କରିବି। ସେମାନଙ୍କ ସାମାଜିକ, ଶିକ୍ଷା ଓ ଅର୍ଥନୈତିକ ଅଧିକାର ପାଇଁ ଲଢ଼େଇ ଜାରି ରହିବ।”