ମୁଖ୍ୟ ଖବର

ଜୁନ୍ ୨୩ରେ ସରପଞ୍ଚ ଓ ୱାର୍ଡମେମ୍ବର ଉପ-ନିର୍ବାଚନ

By Swagatika Samantray

May 21, 2025

ଭୁବନେଶ୍ବର: ଆସନ୍ତା ଜୁନ୍ ୨୩ ତାରିଖରେ ୪୩ଟି ସରପଞ୍ଚ ଏବଂ ୨୭୨ ୱାର୍ଡ ମେମ୍ବର ପଦବୀ ପାଇଁ ରାଜ୍ୟରେ ଉପ-ନିର୍ବାଚନ ହେବ।୨୪ ତାରିଖରେ ଭୋଟ ଗଣତି ସହ ଫଳ ଘୋଷଣା କରାଯିବ। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦ଟି ଜିଲାରେbଖାଲିଥିବା ସରପଞ୍ଚ ଏବଂ ୨୩ ଜିଲାରେ ୱାର୍ଡମେମ୍ବର ପଦବୀ ପାଇଁ ନିର୍ବାଚନ ହେବ। ନିର୍ବାଚନ ପାଇଁ ଚଳିତ ମାସ ୨୦ ତାରିଖରୁ ଜୁନ୍ ୨୪ ଯାଏ ଆଦର୍ଶ ଆଚରଣ ବିଧି ବଳବତ୍ତର ରହିବ ବୋଲି ଜଣାପଡ଼ିଛି।

ମୃତ୍ୟୁ, ଇସ୍ତଫା ଅବା ଅଯୋଗ୍ୟ ଘୋଷଣା ହେବା ଫଳରେ ବିଭିନ୍ନ ଜିଲାରେ ପରପଞ୍ଚ ଓ ୱାର୍ଡ ମେମ୍ବରଙ୍କ ଆସନ ଖାଲି ରହିଛି। ଚଳିତ ମାସ ୨୬ରୁ ୩୧ ମଧ୍ଯରେ ନାମାଙ୍କନ ଦାଖଲ, ଜୁନ୍ ୪ରେ ନାମାଙ୍କନ ପ୍ରତ୍ୟାହାର ଓ ଜୁନ୍ ୨୩ ତାରିଖ ସକାଳ ୭ରୁ ଅପରାହ୍ନ ୧ଟା ମଧ୍ଯରେ ଭୋଟ ଗ୍ରହଣ କରାଯିବ। ପରଦିନ ଭୋଟ ଗଣତି ଏବଂ ୨୫ ତାରିଖରେ ନିର୍ବାଚିତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ।