ମୁଖ୍ୟ ଖବର

ସରକାରୀ ଅର୍ଥ ଲୁଟୁଛନ୍ତି ସରପଞ୍ଚଙ୍କ ପରିବାର!

By Angul TV Bureau

August 31, 2021

ଅନୁଗୁଳୁ (Jugal Kishore Sahoo)  : ଅନୁଗୁଳୁ ଜିଲ୍ଲା କଣିହାଁ ବ୍ଲକ ସୁସୁବା ପଞ୍ଚାୟତ ସରପଞ୍ଚ ଦେବରାଜ ଦାସ ପୁରା ପରିବାରକୁ ଧରି ସରକାରୀ ଯୋଜନାକୁ ନିଜ ଘରେ ଲଗାଇବା ସହ ଅର୍ଥ ଆତ୍ମସାତ କରୁଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି ଏନେଇ ବିଜେପିର କାର୍ଯ୍ୟକର୍ତା ବିଡ଼ିଓଙ୍କଠାରେ ଏକ ଦାବିପତ୍ର ଦେବା ସହ ୧୫ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ନିଆନଗଲେ ପଞ୍ଚାୟତ ଅଫିସ ଘେରାଓ କରାଯିବ ବୋଲି ଚେତାବନୀ ଦେଇଛନ୍ତି ପ୍ରକାଶ ଯେ, ସୁସୁବା ସରପଞ୍ଚ ଦେବରାଜ ଦାସ ବର୍ତ୍ତମାନ ସରପଞ୍ଚ ଥିବାବେଳେ ଏହା ପୂର୍ବରୁ ତାଙ୍କ ସ୍ତ୍ରୀ ଟିକିରାଣୀ ଦାସ ସରପଞ୍ଚ ଥିଲେ । ଅର୍ଥାତ ଗଲା ୧୦ ବର୍ଷ ହେଲା ଏମାନେ ସରପଞ୍ଚ ପଦକୁ ନିଜ ହାତ ମୁଠାରେ ରଖିଆସିଛନ୍ତି ସରପଞ୍ଚ ଶ୍ରୀ ଦାସଙ୍କ ପତ୍ନୀ ତଥା ପୂର୍ବତନ ସରପଞ୍ଚ ଟିକିରାଣୀ ଦାସଙ୍କ ନାମରେ ଏକ ଜମିର ଯନ୍ନତିକରଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଛି ଯେଉଁ କାର୍ଯ୍ୟାଦେଶର ନମ୍ବର ହେଉଛି ୧୦୪୨୫୫୦୯ ଥିବାବେଳେ ସରପଞ୍ଚଙ୍କ ମଝିଆ ଭାଇ ତଥା ଶିକ୍ଷକ ପିତାମ୍ବର ଦାସଙ୍କ ପତ୍ନୀ ଲିପିକା ସାହୁଙ୍କ ନାମରେ ସରକାରୀ ଜାଗାରେ ଏକ ପୋଖରୀ ଖୋଳାଯାଇଛି ଯାହାର କାର୍ଯ୍ୟାଦେଶ ନମ୍ବର ହେଉଛି ୧୦୫୨୯୬୯୯ ସେହିପରି ସରପଞ୍ଚଙ୍କ ସାନଭାଇ ମନୋଜ ଦାସ ଜଣେ ଶିକ୍ଷକ ହୋଇଥିବାବେଳେ ତାଙ୍କ ଧର୍ମପତ୍ନୀ ଅହଲ୍ୟା ସାହୁ ଏକ ଘରୋଇ ବ୍ୟାଙ୍କ ଅଧିକାରୀ ଭାବେ କାମ କରୁଥିଲେ କିନ୍ତୁ ତାଙ୍କ ନାମରେ ଜମିର ଉନ୍ନତିକରଣ ପାଇଁ ଦିଆଯାଇଥିବା କାର୍ଯ୍ୟାଦେଶ ନମ୍ବର ୧୦୪୫୯୪୪୩ ବୋଲି ଜଣାପଡ଼ିଛି। ସରପଞ୍ଚଙ୍କ ଖୁଡ଼ି ମେଘନା ଦାସ ପେନସନ୍ ପାଉଥିଲେ ମଧ୍ୟ ତାଙ୍କ ନାମରେ ୧୦୪୨୪୩୦୭ ନମ୍ବର କାର୍ଯ୍ୟାଦେଶ ଦିଆଯାଇ ଏକ ବର୍ମର ଉନ୍ନତିକରଣ କରାଯାଇଛି । ସେହିପରି ସରପ ଙ୍କ ଆଉ ଜଣେ ଖୁଡ଼ି ଦୁହିତା ଦାସଙ୍କ ନାମରେ ଏକ ଜମିର ଉନ୍ନତିକରଣ ପାଇଁ ୧୦୪୮୧୫୪୪ ନମ୍ବରରେ କାର୍ଯ୍ୟାଦେଶ ଦିଆଯାଇଥିଲା ତାଙ୍କର ଆଉ ଜଣେ ଖୁଡ଼ି ମଲି ସାହୁଙ୍କ ନାମରେ ଏକ ଜମିର ଉନ୍ନତିକରଣ ପାଇଁ ୧୦୪୮୧୮୦୬ ନମ୍ବରରେ କାର୍ଯ୍ୟାଦେଶ ଦିଆଯାଇଛି ଦାଦା ପଞ୍ଚାନନ ଦାସଙ୍କ ନାମରେ ଏକ ଗୁହାଳ ଘର ୧୦୫୧୬୬୧୩ ନମ୍ବରରେ କାର୍ଯ୍ୟାଦେଶ ଦିଆଯାଇଛି । ସରପ ଶ୍ରୀ ଦାସ ନିକଟ ଭାଲିଆବେଡ଼ା ମୌଜାରେ ୮ ଏକର ଗୋଚର ଓ ଜଙ୍ଗଲ ଜମିରେ ଗୋଟିଏ ପୋଖରୀ ଖୋଳିଛନ୍ତି ଏଠାରେ ୫ଟି ଜମି ମଧ୍ୟ ଉନ୍ନତିକରଣ କରାଯାଇଛି । ପୁରୁଣା ଜମିକୁ ଦେଖାଇ ନୂଆ କାର୍ଯ୍ୟ କରିବା ଓ ପୋଖରୀରେ ମେସିନ ଲଗାଇ କାମ କରାଯାଇଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ମଣ୍ଡଳ ସଭାପତି ପ୍ରହ୍ଲାଦ ସାମଲ, ବିଜେପି ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ଶିଶିର କୁମାର ସାମଲ, ଶକ୍ତିକେନ୍ଦ୍ର ପ୍ରମୁଖ ମନୋଜ କୁମାର ବିଶ୍ବାଳ, ବାନାମ୍ବର ଦେହୁରୀ, ଅକ୍ଷୟ ସାହୁ, ଧରଣୀଧର ପଟ୍ଟନାୟକ, ବନମାଳୀ ସାମଲ, ବାବୁଲା ପରିଡ଼ା, ବିପିନ ପୃଷ୍ଟି, ସୋମୋ ପରିଡ଼ା, କାଳନ୍ଦୀ ପଟ୍ଟନାୟକ, ବିପିନ ନାଏକ ପ୍ରମୁଖ ମଙ୍ଗଳବାର ବିଡ଼ିଓଙ୍କ ଅନୁପସ୍ଥିତିରେ ଏବିଡ଼ିଓ ବିଜୟ କୁମାର ମେହେରଙ୍କୁ ୧୫ ଦଫା ଦାବିପତ୍ର ଦେବା ସହ ୧୫ ଦିନ ଭିତରେ କାର୍ଯ୍ୟାନୁମାନ ନିଆନଗଲେ ପଞ୍ଚାୟତ ଅଫିସ ଘେରାହ କରାଯିକ ବୋଲି ଚେତାଇ ଦେଇଛନ୍ତି । ଏନେଇ ସରପଞ୍ଚଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ନଥିଲା।