ମୁଖ୍ୟ ଖବର

ଅନୁଗୋଳରେ ପ୍ରଦୂଷଣ ନେଇ ସସ୍ମିତା ବେହେରାଙ୍କ ସାମ୍ବାଦିକ ସମ୍ମିଳନୀ

By Angul TV Bureau

July 31, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ମାତ୍ରାଧିକ ପ୍ରଦୂଷଣ ଓ ତଦ୍ୱାରା ହେଉଥିବା ସ୍ୱାସ୍ଥ୍ୟ ସମସ୍ୟା ନେଇ ପିସିସି ଉପସଭାପତି ସସ୍ମିତା ବେହେରା ସ୍ଥାନୀୟ ଏକ ହୋଟେଲରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ। ସମ୍ମିଳନୀରେ ଶ୍ରୀମତୀ ବେହେରା କହିଲେ କି ଅନୁଗୋଳ ଜିଲ୍ଲାର ତାଳଚେର,କଣିହାଁ ବିଶେଷ କରି ଛେଣ୍ଡିପଦା ଅଞ୍ଚଳ ସମ୍ପ୍ରତି ଅଧିକ ପ୍ରଦୂଷିତ ଅଞ୍ଚଳ ଭାବେ ପରିଗଣିତ ହେଉଛି ଏହି ଅଞ୍ଚଳର ଅନେକ ଜମିକୁ ଖଣି ମାଲିକଙ୍କ ହାତକୁ ଟେକିଦେବା ଦ୍ୱାରା ଏଠାରେ ପ୍ରଦୂଷଣ ବଢ଼ି ଚାଲିଛି।ମାନ ଇଚ୍ଛା ଗଛ କଟା ଦ୍ୱାରା ଜଙ୍ଗଲ ପଦା ହୋଇଗଲାଣି। ତା ସାଙ୍ଗକୁ କୋଇଲା ଖଣି ପ୍ରତିଷ୍ଠା ଯୋଗୁଁ ସ୍ଥାନୀୟ ଅଞ୍ଚଳର ବୃଷ୍ଟିପାତ କମିଛି ଓ ତାପମାତ୍ରା ବଢୁଛି କୋଲ କମ୍ପାନୀ ଗାଁ ଦେଇ କୋଇଲା ଚାଲାଣକୁ ବିରୋଧ କରିବାରୁ ସରକାର ଆକ୍ରୋଶ ମୂଳକ ଭାବେ ଲୋକଙ୍କୁ ମାସ ମାସ ଧରି ଜେଲରେ ପୁରାଇ ଦେଉଛନ୍ତି।

ସେହିଭଳି ଏହି ଅଞ୍ଚଳରେ ଗଢ଼ି ଉଠୁଥିବା ଶିଳ୍ପ ଯୋଗୁଁ ବାୟୁ ଓ ଜଳ ପ୍ରଦୂଷିତ ହେଉଛି। ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ହାନି ହେଉଛି। ସେହିଭଳି ସେମାନେ ସାମାଜିକ ଦାୟିତ୍ୱବୋଧ ପାଣ୍ଠିର ଉପଯୁକ୍ତ ବ୍ୟବହାର କରୁ ନଥିବା ଶ୍ରୀମତୀ ବେହେରା ଅଭିଯୋଗ କରିଥିଲେ। ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ନଦେଲେ କଂଗ୍ରେସ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଥିଲେ।ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ କଂଗ୍ରେସ ଜିଲ୍ଲା ସଭାପତି ଅମ୍ବିକା ଭଟ୍ଟଙ୍କ ସମେତ ରାଜ୍ୟ କଂଗ୍ରେସ ଓବିଶି ସଭାପତି ସରୋଜ ପ୍ରଧାନ,ଆଡଭୋକେଟ୍ ସୁଦୀପ ମିଶ୍ର ,କଂଗ୍ରେସ ନେତା ଅଜୟ ବେହେରା ଓ ବିନୋଦ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।