ଅନ୍ୟାନ୍ୟ

ଡିସେମ୍ବର ୧୬ରୁ ସାତକୋଶିଆ ମହୋତ୍ସଵ

By Biswaranjan Pattnaik

December 07, 2022

ଅନୁଗୁଳ: ଆସନ୍ତା ୧୬ ତାରିଖରୁ ସଭାଘରଠାରେ ଦଶମ ସାତକୋଶିଆ ମହୋତ୍ସଵ ଆୟୋଜିତ ହେବ। ଏହି ଉତ୍ସବ ତିନିଦିନ ଧରି ପାଳିତ ହେବ। ୧୬ ତାରିଖ ଦିନ ଓଡିଶୀ, ୧୭ ତାରିଖ ଦିନ ଫ୍ରିଷ୍ଟାଇଲ ୧୮ ତାରିଖ ଦିନ କି’ ବୋର୍ଡ ଓ ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ଦିନ ସକାଳେ ଡ୍ରଇଂ ଓରଙ୍ଗ ଭରୋ ପ୍ରତିଯୋଗୀତା ଆୟୋଜିତ ହେବ। ଏଣ୍ଟ୍ରି ଫି ଓ ସମ୍ପୂର୍ଣ ବିବରଣୀ ପାଇଁ ନୃତ୍ୟ ନିଳୟ,କାର୍ଯ୍ୟାଳୟ ହେମସୁରପଡା ସହ ଯୋଗାଯୋଗ କରିବାକୁ ଅନୁରୋଧ ।