ପ୍ରତିଭା ଓ ବ୍ୟକ୍ତିତ୍ୱ

ଶତାୟୁ ପୁରୁଷଙ୍କ ପରଲୋକ

By Angul TV Bureau

December 28, 2021

ଅନୁଗୁଳ: ଅନୁଗୁଳର ବିଶିଷ୍ଟ ବ୍ୟବସାୟୀ ପଦ୍ମ ଚରଣ ସାହୁଙ୍କ ପିତୃ ବିୟୋଗ ଘଟିଛି। ପଦ୍ମଙ୍କ ପିତା ଝାରୁ ସାହୁଙ୍କ ୧୦୫ ବର୍ଷ ବୟସରେ ତୁରଙ୍ଗ ସ୍ଥିତ ବାସଭବନରେ ମଙ୍ଗଳ ବାର ଅପରହ୍ନରେ ପରଲୋକ ଘଟିଛି। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ଝାରୁ ସାହୁ ଜଣେ ମିଷ୍ଟଭାଷୀ ଏବଂ କର୍ମଠ ବ୍ୟକ୍ତି ଭାବେ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିଲେ। ପରିଣତ ବୟସରେ ସେ ନିଜର ଅମାୟିକ ବ୍ୟବହାର ଓ ନୀତି ଆଦର୍ଶ ଦ୍ୱାରା ଅନେକଙ୍କୁ ପ୍ରଭାଭିତ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କର ପୁଅ,ପାଞ୍ଚ ନାତି, ନାତୁଣୀ,ବୋହୁ ମାନେ ଉପସ୍ଥିତ ଥିଲେ। ଝାରୁଙ୍କ ମୃତ୍ୟୁ ରେ ସ୍ଥାନୀୟ ତୁରଙ୍ଗ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।