ମୁଖ୍ୟ ଖବର

ଦେଶରେ ପ୍ରଥମ! ସାତକୋଶିଆ ଅଭୟାରଣ୍ୟ ଜଗିବେ ସ୍ପେଶାଲ ଫୋର୍ସ

By Biswaranjan Pattnaik

September 08, 2024

ଭୁବନେଶ୍ୱର: ସାତକୋଶିଆ ଜଗିବେ ସ୍ପେଶାଲ ଫୋର୍ସ। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ) ବାଘକୁ ଅନୁମୋଦନ କରିବା ପରେ ବାଘଙ୍କ ସୁରକ୍ଷା ପାଇଁ ବନ ବିଭାଗ ଏକ ସ୍ୱତନ୍ତ୍ର ବ୍ୟାଘ୍ର ସୁରକ୍ଷା ବଳ (ଏସଟିପିଏଫ) ଗଠନ କରିଛି।

ଓଡ଼ିଶାର ସାତକୋଶିଆ ଟାଇଗର ରିଜର୍ଭରେ ପୁଣି ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ କରିବାକୁ ଯୋଜନା ହୋଇଛି। ପ୍ରାୟ ସାଢ଼େ ଚାରି ବର୍ଷ ସ୍ଥଗିତ ରହିବା ପରେ ଏନଟିସିଏର ଏହି ନିଷ୍ପତ୍ତି ଆସିଛି। ପିସିସି ବନ କର୍ମଚାରୀ ଓ ଅବସରପ୍ରାପ୍ତ ଅଧିକାରୀଙ୍କୁ ମିଶାଇ ଏସଟିଏଫରେ ମୋଟ ୩୦ଜଣ ସଦସ୍ୟ ରହିଛନ୍ତି। ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ ସୁଶାନ୍ତ ନନ୍ଦଙ୍କ ସୂଚନା ଅନୁଯାୟୀ, NTCA ନିୟମ ଅନୁଯାୟୀ ଶିକାରୀଙ୍କ ମୁକାବିଲା କରିବା ପାଇଁ ଏହି ଟିମ୍ ଗଠନ କରାଯାଇଛି।

ଜଙ୍ଗଲ ଭିତରେ କିଭଳି ଭାବେ ବୁଲିବେ ଏବଂ ବନ୍ୟପ୍ରାଣୀଙ୍କ ସୁରକ୍ଷାରେ ନିୟୋଜିତ ହେବେ , ସେନେଇ ଅବସରପ୍ରାପ୍ତ ସୈନିକଙ୍କ ଦ୍ଵାରା ତାଲିମ ଦିଆଯାଉଛି। ଅଭୟାରଣ୍ୟରେ ଏସଟିପିଏଫ୍ ନିୟୋଜିତ ହେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟରେ ପରିଣତ ହୋଇଛି।

ଏହି ପ୍ରକଳ୍ପର ଏକ ଅଂଶ ଭାବରେ ମହାରାଷ୍ଟ୍ରର ତାଡୋବା ରିଜର୍ଭରୁ ପାଞ୍ଚ ବର୍ଷ ମଧ୍ୟରେ ୧୫ଟି ବାଘଙ୍କୁ ପର୍ଯ୍ୟାୟକ୍ରମେ ସାତକୋଶିଆକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି।