ଅନୁଗୁଳ: ମାଲକା୍ନଗିରି ଠାରେ ଗତ ୨୯ ଓ ୩୦ ତାରିଖ ଦୁଇ ଡିନ ଧରି ଚାଲିଥିବା ଅଲ ଓଡିଶା ଲୟର୍ସ ଆସୋସିଏସନର ୫୩ ତମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା। କର୍ମଶାଳା ବ୍ୟତୀତ କର୍ମକର୍ତା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ଆଇନଜୀବୀ ଗୁରୁ ଚରଣ ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ନିର୍ବାଚନରେ ଅନୁଗୁଳର ଶତ୍ରୁଘ୍ନ ସାହୁ ଯୁଗ୍ମ ସମ୍ପାଦକ ଭାବେ ନିର୍ଦ୍ବନ୍ଦରେ ବିଜୟୀ ହୋଇଥିଲେ। ବିଜୟୀ ହେବା ପରେ ଶ୍ରୀ ସାହୁ ଓଡ଼ିଶାର ସମସ୍ତ ଓକିଲଙ୍କ ଉନ୍ନତି ତଥା ସେମାନଙ୍କ ସ୍ୱାସ୍ଥ୍ୟ ବୀମା କରାଇବା ନିମନ୍ତେ ସେ ନିଶ୍ଚୟ ଉଦ୍ୟମ କରିବେ ବୋଲି ପ୍ରକାଶ କରିଛନ୍ତି।