ଅନୁଗୁଳ: ଅନୁଗୁଳ ପୌରପାଳିକାର ପୂର୍ବତନ ତଥା ଏବେ କଟକ ମୁନିସିପାଲ କରପୋରେସନରେ ବରିଷ୍ଠ କମ୍ୟୁନିଟି ଅର୍ଗାନାଇଜର ଭାବେ କାର୍ଯ୍ୟ କରୁଥିବା ସତ୍ୟ ପ୍ରକାଶ ତ୍ରିପାଠୀଙ୍କୁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପଦୋନ୍ନତି ଦେଇଛନ୍ତି। ତାଙ୍କୁ ଚାନ୍ଦବାଲି ଏନଏସିର ନିର୍ବାହୀ ଅଧିକାରୀ ରୂପେ ଅବସ୍ଥାପିତ କରାଯାଇଛି।