ଅନୁଗୁଳ: ରାଜ୍ୟ ନଗର ଉନ୍ନୟନ ବିଭଗ ନୋଟିଫିକେସନ ନଂ ୧୨୯ ତା ୨.୧.୨୫ ଅନୁଯାୟୀ ପୌର ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ନାୟକଙ୍କ ସ୍ଥାନରେ ଚାନ୍ଦବାଲି ଏନଏସି ର ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀଙ୍କୁ ଅନୁଗୁଳ ପୌର ନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ, ଅନୁଗୁଳ ମାଟିର ପୁଅ ସତ୍ୟ ପ୍ରକାଶ ଏଥି ପୂର୍ବରୁ ଅନୁଗୁଳ ପୌର ପାଳିକାର ଗୋଷ୍ଠୀ ସଂଗଠକ ଭାବେ ଦୀର୍ଘ ବର୍ଷ ଧରି କାମ କରିବା ସହ ଅନୁଗୁଳବାସୀଙ୍କ ଗୋଷ୍ଠୀ ଉନ୍ନୟନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ଶ୍ରୀ ତ୍ରିପାଠୀଙ୍କ ସମୟରେ ଅନୁଗୁଳ ସହରର ବିକାଶ ତ୍ୱରାନ୍ୱିତ ହେବ ସାଧାରଣରେ ଆଶା କରାଯାଉଛି।