ଅନ୍ୟାନ୍ୟ

ସତ୍ୟର ପକ୍ଷ ନିଅନ୍ତୁ ସାମ୍ବାଦିକ

By Angul TV Bureau

November 17, 2021

ଅନୁଗୁଳ: ଗଣତନ୍ତ୍ରକୁ ବିପତ୍ତି ପଡ଼ିଥିବା ବେଳେ ଗଣମାଧ୍ୟମ ହିଁ ଏହାକୁ ସଜାଡ଼ିବାରେ ଭୂମିକା ନେଇଛି। ଏବେ ବି ଗଣତନ୍ତ୍ର ଉପରେ ବାରମ୍ବାର ବିପଦ ଆସିବା ସହ ଅର୍ଥନୀତି କ୍ଷେତ୍ରରେ ମାନ୍ଦାବସ୍ଥା ଦେଖାଦେଇଛି। ଏହି ସନ୍ଧିକ୍ଷଣରେ ଗଣମାଧ୍ୟମ ଜାଗ୍ରତ ପ୍ରହରୀ ସାଜି ଗଣତନ୍ତ୍ରକୁ ପରିପୁଷ୍ଟ କରିବାରେ ଭୂମିକା ନେଇପାରିବ। ‘ତାଳଚେର ୱାର୍କିଂ ଜର୍ଣ୍ଣାଲିଷ୍ଟ’ ଆସୋଏସନର ପକ୍ଷରୁ ତାଳଚେର ସଭାଘର ଠାରେ ଅନୁଷ୍ଠିତ ଜାତୀୟ ପ୍ରେସ୍ ଦିବସରେ ଅତିଥିମାନେ ଏପରି ବକ୍ତବ୍ୟ ରଖିଛନ୍ତି। ସଭାପତି ଆର୍ତ୍ତତ୍ରାଣ ପାଣିଙ୍କ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ପୃଷ୍ଟି ଓ ସତ୍ୟନାରାୟଣ ମହାପାତ୍ର ଯୋଗ ଦେଇଥିଲେ। ତାଳଚେର ୱାର୍କିଂ ଜର୍ଣ୍ଣାଲିଷ୍ଟ ଆସୋଏସନର ସାଧାରଣ ସମ୍ପାଦକ ଦେବରଞ୍ଜନ ସାମଲ ଅତିଥି ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଯୋଶୀ, ପତିତପାବନ ସାହୁ, ଅପୂର୍ବ ପଣ୍ଡା, ଭିଡ଼ିଓ ସାମ୍ବାଦିକ ପ୍ରଭାତ ସିହ୍ନା ଓ ଫଟୋ ସାମ୍ବାଦିକ ଜ୍ୟୋତିରଞ୍ଜନ ସାହୁଙ୍କୁ ଫୋର୍ଥ ପିଲାର ଆୱାର୍ଡ ପ୍ରଦାନ କରାଯାଇଥିଲା ଶେଷରେ ‘ତାଳଚେର ୱାର୍କିଂ ଜର୍ଣ୍ଣାଲିଷ୍ଟ’ ଆସୋଏସନର କାର୍ଯ୍ୟକାରୀ ସଭାପତି ମନିଲ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। ଉପସଭାପତି ମଦନ ମୋହନ ସାହୁ, କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ର ମହାରଣା, କୋଷାଧକ୍ଷ ଅଜୟ ନାୟକ, ଜନ ସମ୍ପର୍କ ଅଧିକାରୀ ବାସୁଦେବ ପ୍ରଧାନ, ସାୟଦ ଜୁଲଫିକର ହୁସେନ, ବାପୁଜୀ ସାମଲ, ମଣ୍ଟୁ ମହାନ୍ତି, ସୌଭାଗ୍ୟ ଚନ୍ଦ୍ର ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।