ମୁଖ୍ୟ ଖବର

ଏସବିଆଇ ଏଟିଏମ୍ ଠପ, ନଗଦ ଟଙ୍କା ଉଠାଣ ବାଧାପ୍ରାପ୍ତ

By Biswaranjan Pattnaik

March 11, 2025

ଅନୁଗୁଳ: ଗତ ଦୁଇ ସପ୍ତାହରୁ ଅଧିକ ଦିନ ହେଲାଣି ଏସବିଆଇ ଏଟିଏମ ଗୁଡିକରେ ଟଙ୍କା ନାହିଁ। ନଗଦ ଟଙ୍କା ଉଠାଣ ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି। ଏଥିନେଇ ବ୍ୟାଙ୍କ ପକ୍ଷରୁ ମଧ୍ୟ କୁକୌଣସି ସ୍ପଷ୍ଟୀକରଣ ଆସିନାହିଁ। ତେବେ ଏସମସ୍ୟା ନେଇ ଏସବିଆଇ ଏଜିଏମ ତିମିର ରଞ୍ଜନ ମହାନ୍ତି ଯାହା ସୂଚନା ଦେଇଛନ୍ତି ତାହା ହେଲା ଏଟିଏମକୁ କ୍ୟାସ ଯୋଗାଉଥିବା ସର୍ଭିସ ପ୍ରଭାଇଡ଼ରଙ୍କ ସହ ବ୍ୟାଙ୍କର ସମସ୍ୟା ଥିବାରୁ ଏଟିଏମ ସେବା ବାଧାପ୍ରାପ୍ତ ହୋଇଛି।

ଅନୁଗୁଳର ୨୯ ଟି ଏଟିଏମ ମଧ୍ୟରୁ ୨୨ ଟି ଅଚଳ ହୋଇପଡ଼ିଛି। କେବଳ ବ୍ରାଞ୍ଚ ପାଖ ଏଟିଏମ ଏବଂ ମୋବାଇଲ ଏଟିଏମ ଜରିଆରେ ଲୋକଙ୍କୁ ସେବା ଯୋଗାଇ ଦିଆଯାଉଛି। ଅଳ୍ପ ଦିନ ମଧ୍ୟରେ ସମସ୍ୟା ସୁଧୁରିବ ବୋଲି ଆଶା କରାଯାଉଛି। ନଚେତ ନୂଆ ସର୍ଭିସ ପ୍ରଭାଇଡ଼ରଙ୍କ ସହ ଚୁକ୍ତି କରାଯାଇ ସେବା ଆରମ୍ଭ କରାଯିବ।