ଅନ୍ୟାନ୍ୟ

ଏସବିଆଇ ପକ୍ଷରୁ ମେଗା ଏସଏଚଜି ସମନ୍ୱୟ ମେଳା

By Biswaranjan Pattnaik

November 09, 2021

ଅନୁଗୁଳ: ମଙ୍ଗଳବାର ଦିନ ଅନୁଗୁଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସଭା କକ୍ଷରେ ଅନୁଗୁଳ ଷ୍ଟେଟ୍ ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏକ ବିଶାଳ ଏସଏଚଜି ମେଳା ଆୟୋଜିତ ହୋଇଯାଇଛି। ବ୍ୟାଙ୍କ ଭୁବନେଶ୍ୱର ସର୍କଲର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀମତୀ ବିଦ୍ୟା କ୍ରିଷ୍ଣାନ ମୁଖ୍ୟ ଅତିଥି ରୂପେ ମେଳାକୁ ଉଦ୍ଘାଟନ କରିଥିଲେ। ଶ୍ରୀମତୀ କ୍ରିଷ୍ଣାନ ଦେଶର ପ୍ରଗତିରେ ମହିଳାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ସାମାଜିକ ସୁରକ୍ଷା ଏବଂ ଆତ୍ମନିର୍ଭରଶୀଳତା ଦିଗରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଉଦ୍ୟମ ପ୍ରଶଂସନୀୟ ବୋଲି ସେ କହିଥିଲେ। ସ୍ୱାଗତ ଭାଷଣ ଦେଇ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ପ୍ରମୋଦ କୁମାର ପ୍ରଧାନ ଏସଏଚଜିଙ୍କୁ ଋଣ ପ୍ରଦାନରେ ଏସବିଆଇ ସବୁବେଳେ ଆଗୁଆ ବୋଲି କହିଥିଲେ। ଉପ ମହାପ୍ରବନ୍ଧକ ସୁନୀଲ ଖଏରନାର ସ୍ଥାନୀୟ କାର୍ଯ୍ୟାଳୟ ପକ୍ଷରୁ ଗୋଷ୍ଠି ମାନଙ୍କୁ ୪.୩୬ କୋଟି ଟଙ୍କା ଋଣ ଦିଆଯାଇଥିବା ବେଳେ ୧୦ କୋଟି ଟଙ୍କା ଋଣ ନବୀକରଣ କରାଯାଇ ଥିବା ପ୍ରକାଶ କରିଥିଲେ।ଅନ୍ୟ ସମ୍ମାନିତ ଅତିଥୀଙ୍କ ମଧ୍ୟରେ ମହାପ୍ରବନ୍ଧକ ଅଭୟ କିଶୋର ପାଣ୍ଡେ,ଉପ ମହାପ୍ରବନ୍ଧକ ଧ୍ରୁବ ଚରଣ ବଳ ଏବଂ ଗ୍ଲୋବାଲ ପ୍ରିଲ ଉପଦେଷ୍ଟା କାର୍ତିକ ଆୟାର ପ୍ରମୁଖ ଉପସ୍ଥିତ ଥିଲେ। ସମାରୋହରେ ବ୍ୟାଙ୍କ ମିତ୍ର,ପ୍ରୋଜେକ୍ଟ ମ୍ୟାନେଜର ଏବଂ କୋଡ଼ିଏ ଜଣ ଏସଏଚଜିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ବାଜି ରାଉତ ଛାତ୍ରା ବାସକୁ ମୁଖ୍ୟ ଅତିଥି ଆକ୍ୱାଗାର୍ଡ ଏବଂ ସୋଲାର ପ୍ୟାନେଲ ପ୍ରଦାନ କରିଥିଲେ ।ସମାଜସେବୀ କୃଷ୍ଣା ମହାନ୍ତି ଅନୁଷ୍ଠାନ ପକ୍ଷରୁ ତାହା ଗ୍ରହଣ କରିଥିଲେ।