ଅନ୍ୟାନ୍ୟ

ଏସବିଆଇର ମଲବେରି ଚାଷ ପାଇଁ ଋଣ ପ୍ରଦାନ

By Biswaranjan Pattnaik

April 02, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ମଲବେରି ଚାଷ ପାଇଁ ଏସବିଆଇ ପକ୍ଷରୁ ଏକ ଋଣପତ୍ର ବଣ୍ଟନ ସମାରୋହ ଶନିବାର ଆୟୋଜିତ ହୋଇଥିଲା। ଅନୁଗୁଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଅଡିଟରିଅମ୍ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଭୁବନେଶ୍ୱର ମଣ୍ଡଳ ମୁଖ୍ୟ ମହା ପ୍ରବନ୍ଧକ ବିଦ୍ୟା କ୍ରିଷ୍ଣନ ମୁଖ୍ୟ ଅତିଥି ଭାବେ ସମାରୋହକୁ ଉଦ୍ଘାଟନ କରିଥିଲେ। ଓଡ଼ିଶାରେ ରେଶମ ସୂତାର ଅଭାବ ରହିଛି,ଏଥିପାଇଁ ରାଜ୍ୟ ବାହାରୁ ବିଶେଷ କରି କର୍ଣ୍ଣାଟକ, ପଶ୍ଚିମବଙ୍ଗରୁ ଏହା ଆମଦାନୀ କରିବାକୁ ପଡୁଛି। ବୋଲି ସେ ମତବ୍ୟକ୍ତ କରିଥିଲେ। ଏସବିଆଇ ଓଡ଼ିଶାର ଚାଷୀମାନଙ୍କୁ ମଲବେରି ଚାଷ ପାଇଁ ଋଣ ପ୍ରଦାନ କରି ସେମାନଙ୍କୁ ଉପଯୁକ୍ତ ତାଲିମ ଦେଇ ଆର୍ଥିକ ଦୃଷ୍ଟିରୁ ଲାଭବାନ କରାଯିବାର ଯୋଜନା କରିଛି ବୋଲି ମୁଖ୍ୟ ଅତିଥି ଶ୍ରୀମତୀ କ୍ରିଷ୍ଣନ କହିଥିଲେ।

ଏସବିଆଇ ଭୁବନେଶ୍ୱର ମଣ୍ଡଳ ମହାପ୍ରବନ୍ଧକ ଅଭୟ କିଶୋର ପାଣ୍ଡେ ରେଶମ ଚାଷର ଲାଭ ଜନକ ଦିଗ ଓ ଏସବିଆଇର ସହାୟତା ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଡିଜିଏମ୍ ସୁନିଲ ଖେଏରନାର କୁନ୍ଦନ ଜ୍ୟୋତି, ହ୍ୟୁମାନ ଭେଞ୍ଜର ପ୍ରତିଷ୍ଠାତା କାର୍ତ୍ତିକ ଆୟର ଏବଂ ଅନୁଗୁଳ ଏସବିଆଇର ମହାପ୍ରବନ୍ଧକ ପ୍ରମୋଦ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଗୁଳ ଓ ଫୁଲବାଣୀ ଜିଲ୍ଲାର ୧୫୦ରୁ ଊର୍ଦ୍ଧ୍ବ ଚାଷୀଙ୍କୁ ଋଣପତ୍ର ପ୍ରଦାନ କରାଯାଇଥିଲା। ସେହିଭଳି ଉତ୍ତମ ବ୍ୟାଙ୍କ ସେବା ପାଇଁ ଅନୁଗୁଳ ଓ ଢେ଼ଙ୍କାନାଳ ଜିଲ୍ଲାର କିଛି ପ୍ରବନ୍ଧକ ମାନଙ୍କୁ ପୁରସ୍କୃତ କରାଯାଇଥିଲ।