ମୁଖ୍ୟ ଖବର

ଛାତ୍ରଛାତ୍ରୀଙ୍କୁ ନେଇ ଟାଟା ମ୍ୟାଜିକ ଗାଡି ଓଲଟିଲା, ୫ ଆହତ: ବେପାରୁଆ ଗାଡି ଚାଳନା ପାଇଁ ଏପରି ଘଟିଥିବା ଅଭିଯୋଗ

By Angul TV Bureau

December 13, 2025

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ମହୁଳପାଳ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପାଠ ପଢ଼ୁଥିବା ପିଲାମାନଙ୍କୁ ନେଇ ଘରକୁ ଯାଉଥିବା ଏକ ଟାଟା ମ୍ୟାଜିକ ଗାଡି ଭାରସାମ୍ୟ ହରାଇ ଓଲଟି ପଡିବାରୁ ପାଞ୍ଚ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ସ୍କୁଲ ଛୁଟି ହେବାପରେ ଏକ ଟାଟା ମ୍ୟାଜିକ ( ଓଆର୍ -୧୯ପି-୨୬୬୮) ପ୍ରତ୍ୟେକ ଦିନ ପରି ଶୁକ୍ରବାର ଅପରାହ୍ନ ୪ ଘଟିକା ସମୟରେ ପ୍ରାୟ ୧୪ ଜଣ ଛାତ୍ରଛାତ୍ରୀଙ୍କୁ ବସାଇ ଶଇନାଳୀ ଓ ଶିରିଗିଡ଼ା ଅଞ୍ଚଳକୁ ଯାଉଥିଲା। ସେହି ସମୟରେ ଭାରସାମ୍ୟ ହରାଇ ଗାଡିଟି ଶଇନାଳୀ ନିକଟରେ ଓଲଟି ପଡିବାରୁ ଗାଡ଼ିରେ ବସିଥିବା ଛାତ୍ରଛାତ୍ରୀମାନେ ଆହତ ହୋଇଥିଲେ।

ସେମାନଙ୍କ ମଧ୍ୟରୁ ଗୁରୁତର ଆହତ ଛାତ୍ରଛାତ୍ରୀ ମାନଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ତାଳଚେର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ଆହତ ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା କରାଇ ଘରକୁ ପଠାଇ ଦିଆଯାଇଛି।

ପ୍ରକାଶ ଥାଉ କି, ବିଦ୍ୟାଳୟକୁ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଆସୁଥିବା ଗାଡି ସିଟ କ୍ଷମତା ଠାରୁ ଅଧିକ ଛାତ୍ରଛାତ୍ରୀ ନେଇ ଆସୁଛନ୍ତି। ଗାଡି ଗୁଡିକର କୌଣସି କାଗଜପତ୍ର, ଗାଡି ଫିଟନେସ,ଇନ୍ସୁରାନ୍ସ ନାହିଁ ଡ୍ରାଇଭର ମାନଙ୍କର ବେପାରୁଆ ଗାଡି ଚାଳନା ପାଇଁ ଏମିତି ଘଟଣା ଘଟିଛି। ତୁରନ୍ତ ଆରଟିଓ ଅଧିକାରୀ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ମାନଙ୍କୁ ନେବା ଆଣିବା କରୁଥିବା ଗାଡି ଗୁଡିକୁ ଯାଞ୍ଚ କରିବାକୁ ଅଭିଭାବକମାନେ ଦାବି କରିଛନ୍ତି।