ଘଟଣା ଓ ଦୁର୍ଘଟଣା

ସ୍କୁଲ ଯିବା ରାସ୍ତାରେ ଟଳିପଡ଼ିଲେ ସାର୍, ଅଂଶୁଘାତ ଆଶଙ୍କା

By Angul TV Bureau

May 25, 2025

ଅନୁଗୁଳ: ସ୍କୁଲ ଯିବା ରାସ୍ତାରେ ଟଳିପଡ଼ିଲେ ସାର୍।କଣିହାଁ ବ୍ଲକ ବଡ଼ଗୁଣ୍ଡୁରି ଡାକେଶ୍ବରୀ ବାଳିକା ବିଦ୍ୟାଳୟର ଶିକ୍ଷକଙ୍କର ଏଭଳି ଅକାଳ ମୃତ୍ୟୁ ଘଟିଛି। ମୃତକ ହେଲେ ବୁରୁକୁନା ପଞ୍ଚାୟତ କୁଲାପାଳ ଗ୍ରାମର ଦୁଷ୍ମନ୍ତ କୁମାର ମିଶ୍ର(୪୯)।

ଶନିବାର ଦୁଷ୍ମନ୍ତ ସ୍କୁଲ ଯିବା ସମୟରେ କୁଲେଇ ନିକଟରେ ଜଣକୁ ଅପେକ୍ଷା କରିଥିଲେ। ଏହି ସମୟରେ ସେ ହଠାତ ଅସୁସ୍ଥ ହୋଇ ଟଳି ପଡିଥିଲେ। ତାଙ୍କୁ ତୁରନ୍ତ ତାଳଚେର ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଂଶୁଘାତରେ ତାଙ୍କ ଜୀବନ ଯାଇଥିବା ସନ୍ଦେହ କରାଯାଉଛି। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।