ମୁଖ୍ୟ ଖବର

ସ୍କୁଲ କଲେଜ ମାନୁ ନାହାନ୍ତି ସଡ଼କ ସୁରକ୍ଷା ଆଇନ୍

By Biswaranjan Pattnaik

July 04, 2024

ଅନୁଗୁଳ: ସ୍କୁଲ କଲେଜର ଛାତ୍ରଛାତ୍ରୀ ଆଜିକାଲି ଅନେକ ବସରେ ଯାତାୟାତ କରୁଛନ୍ତି। ପିଲାଙ୍କ ସୁରକ୍ଷା ପାଇଁ ରାଜ୍ୟ ସଡକ ପରିବହନ ବିଭାଗ ସ୍କୁଲ ଓ କଲେଜ୍ ବସ ପାଇଁ କେତେକ ଆଇନ ପ୍ରଣୟନ କରିଛନ୍ତି। କିନ୍ତୁ ଅଧିକାଂଶ ସ୍କୁଲ କଲେଜ୍ ବସ ସେଗୁଡିକୁ ମାନୁ ନାହାନ୍ତି।

ବସରେ ଜରୁରୀ କାଳୀନ ଡୋର,ଫାଷ୍ଟଏଡ ବାକ୍ସ,ଏବିଶି ଟାଇପ ଏବଂ ଦୁଇ କେଜି କ୍ଷମତା ବିଶିଷ୍ଟ ଦୁଇ ଗୋଟି ଅଗ୍ନି ନୀର୍ବାପକ ଯନ୍ତ୍ର ଆଦି ରଖି ବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଅଧିକାଂଶ ସ୍କୁଲ କଲେଜ୍ ବସରେ ଏସବୁ ଦେଖିବାକୁ ମିଳୁନାହିଁ। ଆଜି କମଲେସ ହୋଟେଲ ନିକଟରେ ଯେଉଁ ବିନାୟକ ବିଜ୍ଞାନ କଲେଜର ବସଟି ଜଳିଗଲା ଯଦି ଅଗ୍ନି ନିର୍ବାପକ ଯନ୍ତ୍ର ଥାଆନ୍ତା ତେବେ ନିଆଁ ଏତେ ପ୍ରବଳ ଧରି ନ ଥାଆନ୍ତା। ଆରୋହୀ ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ।ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।