ଅନ୍ୟାନ୍ୟ

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବିଜ୍ଞାନ ମେଳା ଆୟୋଜିତ, ୩୦୬ଟି ପ୍ରକଳ୍ପ ପ୍ରଦର୍ଶିତ କଲେ ଛାତ୍ରଛାତ୍ରୀ

By Angul TV Bureau

August 05, 2023

ଅନୁଗୁଳ: ଅନୁଗୁଳ ସହର ଗାନ୍ଧି ମାର୍ଗ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଆଜି ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି। ଏଥିରେ ୩୦୬ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି।

ସୂଚନାଯୋଗ୍ୟ ଯେ ଆଜି ସକାଳ ସମୟରେ ଅନୁଗୁଳ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ବିଜ୍ଞାନ ମେଳାକୁ ଉଦଘାଟନ କରିଥିଲେ। ଏହି ବିଜ୍ଞାନ ମେଳାରେ ୩୦୬ ଜଣ ଛାତ୍ରଛାତୀ ଭାଗ ନେଇ ୩୦୬ଟି ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ। ଏହି ବିଜ୍ଞାନ ମେଳା ଯେଉଁ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହେବେ ସେମାନଙ୍କୁ ବ୍ଲକ ସ୍ତରୀୟ ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିବା ପାଇଁ ପଠାଯିବା ବୋଲି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଆଲୋକ ଭୋଇ ସୂଚନା ଦେଇଛନ୍ତି।