ଅନ୍ୟାନ୍ୟ

ବଡ଼କେରଜାଙ୍ଗ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଆୟୋଜିତ

By Angul TV Bureau

August 05, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବଡ଼କେରଜାଙ୍ଗ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି।

ଉଦଘାଟନୀ ଉତ୍ସବରେ ସାନକେରଜାଙ୍ଗ ମଲ୍ଲିକେଶ୍ବର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିନୟ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହାର ଶୁଭାରମ୍ଭ କରିଥିଲେ। ପରିଚାଳନା ସମିତି ସମ୍ପାଦକ ବିଭୂତି ଭୂଷଣ ସାହୁ, ସଭାପତି ଅଶୋକ କୁମାର ସାହୁ ଓ କୋଷାଧ୍ୟକ୍ଷ ବୀରବର ବେହେରା ସମ୍ମାନିତ ଅତିଥି ଥିଲେ। ପ୍ରଧାନ ଆଚାର୍ଯ୍ୟ ରୁଦ୍ର ମୋହନ ହୋତା ଅତିଥି ପରିଚୟ ଏବଂ ସନ୍ତୋଷ କୁମାର ସିଂହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଉଦଯାପନୀ ଉତ୍ସବରେ ଜିଲ୍ଲା ପରିଷଦ ସଦସ୍ୟ ଦିଲ୍ଲୀପ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଏହି ମେଳାରେ ୩୫ଟି ବିଜ୍ଞାନ ପ୍ରକଳ୍ପ ସମୟୋପଯୋଗୀ ପ୍ରଶ୍ନମଞ୍ଚ, ନୃତ୍ୟ ଓ ନିବନ୍ଧ ପ୍ରତିଯୋଗିତାରେ ମୋଟ ୧୫୮ ଜଣ ଶିକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମାଆ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।