ଅନ୍ୟାନ୍ୟ

ଲିଟିଲ୍ ହାର୍ଟସରେ ବିଜ୍ଞାନ ପ୍ରଦର୍ଶନୀ ଟେକ୍ନୋଫିଏଷ୍ଟା ଉଦଘାଟିତ

By Biswaranjan Pattnaik

November 09, 2023

ଅନୁଗୁଳ: କୁଇଓ ସ୍ଥିତ ଲିଟିଲ୍ ହାର୍ଟସ ଟଡଲରସ ଏକାଡେମୀରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନୀ “ଟେକ୍ନୋଫିଏସ୍ଟା” ଉଦଘାଟିତ ହୋଇଯାଇଛି।ବଅଁରପାଳ ସିଆରସିସି ଶରତ କୁମାର ମହାରଣା ମୁଖ୍ୟ ଅତିଥି ରୁପେ ସମାରୋହକୁ ଉଦଘାଟନ କରିଥିଲେ। ଶାକସିଙ୍ଗା କ୍ଲଷ୍ଟର ସିଆରସିଶି ଆଶିଷ କୁମାର ନଗେଶ ସମ୍ମାନିତ ଅତିଥି ରୂପେ ଯୋଗ ଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍କୁଲ ପରିଚାଳନା କମିଟି ସମ୍ପାଦିକା ଶ୍ରୀମତୀ ଜ୍ୟୋତି ଗୋହିଲ ଓ ପ୍ରିନ୍ସିପାଲ କଳିଙ୍ଗ ରୁଦ୍ର ପଣ୍ଡା ଉପସ୍ଥିତ ଅତିଥି ମାନଙ୍କୁ ସ୍ଵାଗତ କରିବା ସହ ପିଲାମାନଙ୍କୁ ବିଜ୍ଞମନସ୍କ ହେବାକୁ କହିଥିଲେ।ସହକାରୀ ଶିକ୍ଷୟିତ୍ରୀ ବିସ୍ମିତା ରାଣୀ ସାହି ବିଜ୍ଞାନ ପ୍ରଦର୍ଶନୀର ପ୍ରକଳ୍ପ ବାବଦରେ ଉଲ୍ଲେଖ କରିଥିଲେ। ଅତିଥିମାନେ ପ୍ରକଳ୍ପଗୁଡିକୁ ବୁଲି ଦେଖିଥିଲେ ।ପ୍ରଦର୍ଶନୀ ରେ ଫୁଡକୋର୍ଟ,କ୍ରାଫ୍ଟ ଓ ଫନ୍ ଗେମ୍ ର ମଧ୍ୟ ବ୍ୟବସ୍ଥା ହୋଇଥିଲା। ଶତାଧିକ ଛାତ୍ର ଛାତ୍ରୀ ପ୍ରଦର୍ଶନୀରେ ଅଂଶ ଗ୍ରହଣ କରିଥିଲେ ।