ଅନ୍ୟାନ୍ୟ

ବଡଯୋରଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବିଜ୍ଞାନ ସପ୍ତାହ ପାଳିତ

By Swagatika Samantray

August 03, 2024

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର, ବଡଯୋରଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବିଜ୍ଞାନ ସପ୍ତାହ ପାଳିତ ହୋଇଯାଇଛି। ଏହି ଦିବସରେ ମୁଖ୍ୟ ଅତିଥି ଭାବେ ନୀଳକଣ୍ଠେଶ୍ବର ଡିଗ୍ରୀ ମହାବିଦ୍ୟାଳୟର ରସାୟନ ବିଜ୍ଞାନର ଅଧ୍ୟାପିକା ମଧୁମିତା ରାଉତରାୟ ଯୋଗ ଦେଇଥିଲେ। ଭାରତର ପ୍ରଥମ ରସାୟନବିତ୍‌‌ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟଙ୍କ ଜୀବନୀ ଓ ରସାୟନ ଶାସ୍ତ୍ରକୁ ତାଙ୍କର ଅତୁଳନୀୟ ଅବଦାନ ବିଷୟରେ ଅନେକ ତଥ୍ୟ ଶିଶୁ ମାନଙ୍କୁ ପ୍ରଦାନ କରିଥିଲେ। ମାନବର ଚେତନ ମନ ଅପେକ୍ଷା ଅବଚେତନ ମନରେ ଚିନ୍ତା କରିଥିବା କାର୍ଯ୍ୟ ଶୀଘ୍ର ସଫଳ ହୁଏ ବୋଲି ମାର୍ଗଦର୍ଶନ କରିଥିଲେ। ଜୀବନର ଲକ୍ଷ୍ୟ ସ୍ଥିର କରିବା ସହିତ ଆଧ୍ୟାତ୍ମିକ ମାର୍ଗରେ ଚାଲିବା ନିମନ୍ତେ ସତତ୍ ପ୍ରୟାସ କରିବାକୁ ଉପଦେଶ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଗୌରଚନ୍ଦ୍ର ନନ୍ଦ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ମଞ୍ଚରେ ବିଦ୍ୟାଳୟର ସଭାପତି ସୁରେଶ ଚନ୍ଦ୍ର ସାହୁ ଓ ସମ୍ପାଦକ ଗଗନ ବିହାରୀ ସାହୁ ଉପସ୍ଥିତ ରହି ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।

ବିଜ୍ଞାନ ବିଷୟ ଆଚାର୍ଯ୍ୟ ପ୍ରକ୍ଳିନ ପ୍ରଧାନ, କ୍ଷେତ୍ର ମୋହନ ଦାସ, ସୁଶାନ୍ତ କୁମାର ବେହେରା ଓ ଆଚାର୍ଯ୍ୟା ପ୍ରଭାସିନୀ ଦେହୁରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।