ଘଟଣା ଓ ଦୁର୍ଘଟଣା

ଧକ୍କା ଦେଇ ସ୍କୁଟରକୁ ଘୋଷାଡ଼ି ନେଲା ହାଇୱା: ଦୁଇ ମୃତ, ଜଣେ ଗୁରୁତର

By Angul TV Bureau

February 17, 2025

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀ ମାର୍ଗ ପେଟ୍ରୋଲ ପମ୍ପ ନିକଟରେ ଏକ ସ୍କୁଟରକୁ ଘୋଷାଡ଼ି ନେଇଛି ହାଇୱା। ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ମାନେ ହେଲେ ଟେଣ୍ଟୁଲୋଇ ଗାଁର ସର୍ବେଶ୍ୱର ନାଏକ ଓ ଗୋପାଳପ୍ରସାଦ ପାଟନାସାହିର ଦୁଷ୍ମନ୍ତ ନାଏକ।

ସୂଚନା ମୁତାବକ, ଏକ ସ୍କୁଟର ଯୋଗେ ସର୍ବେଶ୍ୱର, ଦୁଷ୍ମନ୍ତ ଓ ବଡ଼ଜୋରଡ଼ା ଗାଁର ସୁଜିତ ନାଏକ ଡିଆଇସି ଛକ ଆଡ଼ୁ ଶିମିଳିପଡ଼ା ଆଡ଼କୁ ଯାଉଥିବା ବେଳେ ପଛରୁ ଏକ ହାଇୱା ସେମାନଙ୍କୁ ଧକ୍କା ଦେଇ ଘୋଷାଡ଼ି ନେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସର୍ବେଶ୍ୱରଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିଲେ। ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଦୁଷ୍ମନ୍ତଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଗୁରୁତର ସୁଜିତ ଏବେ ବି ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।