ଘଟଣା ଓ ଦୁର୍ଘଟଣା

ଟ୍ରକ୍ ଧକ୍କାରେ ସ୍କୁଟର ଆରୋହୀ ମୃତ, କ୍ଷତି ପୂରଣ ଦାବିରେ ରାସ୍ତା ରୋକ

By Angul TV Bureau

November 18, 2021

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ନାଲକୋ ନଗର ଏଫସିଆଇ ଛକ ନିକଟରେ ଗୁରୁବାର ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ସ୍କୁଟର ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ, ମୃତକ ଜଣକ ନାଲକୋ ଥାନା ଅନ୍ତର୍ଗତ କୁଲାଡ ଗ୍ରାମର ବିହାରୀ ଗୋଛାୟତ ବୋଲି ଜଣାପଡିଛି। ସେ ନାଲକୋ ଦିଲ୍ଲୀ ପବ୍ଲିକ୍ ସ୍କୁଲରେ ଠିକା କର୍ମଚାରୀ ଭାବେ ସଫେଇ କାମ କରୁଥିଲେ। ତେବେ ସେ କାମ ସାରି ଘରକୁ ଫେରୁଥିବା ସମୟରେ ଏଫସିଆଇ ଛକ ନିକଟରେ ଏକ ଟ୍ରକ୍ (ଓଡ଼ି୩୫ ସି ୨୭୪୨) ତାଙ୍କ ସ୍କୁଟରକୁ ପଛରୁ ଧକା୍ ଦେଇଥିଲା। ଫଳରେ ଘଟଣାସ୍ଥଳରେ ବିହାରୀଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ କ୍ଷତି ପୂରଣ ଦାବିରେ ସ୍ଥାନୀୟ ଲୋକ ରାସ୍ତାରେ ଶବ ରଖି ରାସ୍ତାରୋକ କରିଛନ୍ତି।