ଘଟଣା ଓ ଦୁର୍ଘଟଣା

ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଲା ସ୍କୁଟି: ଜଣେ ମୃତ, ଜଣେ ଗୁରୁତର

By Angul TV Bureau

December 14, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ବ୍ରାହ୍ମଣବିଲ୍ ଗ୍ରାମ ହାଇସ୍କୁଲ ନିକଟରେ ଶନିବାର ବିଳମ୍ବିତ ରାତିରେ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଜଣେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ସନ୍ତରାବନ୍ଧ ଗାଁର ମାମଲା ପଧାନ।

ସୂଚନା ମୁତାବକ, ମାମଲା ଓ ତାଙ୍କ ସାଙ୍ଗ କୋଶଳାରୁ ଏକ ସ୍କୁଟିରେ ଘରକୁ ଫେରିବା ବେଳେ ବ୍ରାହ୍ମଣବିଲ୍  ହାଇସ୍କୁଲ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା। ଫଳରେ ଗୁରୁତର ଆହତ ହୋଇ ସେମାନେ ରାସ୍ତାରେ ପଡ଼ିଥିଲେ। ଘଟଣାସ୍ଥଳରେ ମାମଲାଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତରଙ୍କୁ କୋଶଳା ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଛେଣ୍ଡିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାଙ୍କ ଶବ ଜବତ କରି ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଏନେଇ ଛେଣ୍ଡିପଦା ଥାନା କେସ ନଂ ୫୨୦/୨୫ରେ ଏକ ମାମଲା ରୁଜୁ କରିବା ସହ ଶବକୁ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।