ଘଟଣା ଓ ଦୁର୍ଘଟଣା

ଘର ସାମନାରୁ ସ୍କୁଟି ଚୋରୀ

By Sanjeeb Biswal

August 31, 2024

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡା ଥାନା କୋରଡ଼ା ଗାଁରେ ଘର ସାମନାରୁ ଏକ ସ୍କୁଟି ଚୋରୀ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।

ସୂଚନା ଯେ, ଗୋପବନ୍ଧୁ ଗଡ଼ନାୟକଙ୍କ ସ୍ତ୍ରୀ ତପସ୍ୱିନୀ ଗଡ଼ନାୟକ ତାଙ୍କ ଝିଅ ଶାଶୁ ଘର ଜରପଡା ଥାନା କୋରଡ଼ା ଗାଁକୁ ଯାଇଥିଲେ। ସେଠାରେ ଝିଅ ଘର ସ୍ପଟିକରେ ଗାଡି ରଖି ରାତିରେ ରହିଥିଲେ। ସକାଳେ ଉଠିବା ବେଳେକୁ ସ୍ପଟିକରେ ସ୍କୁଟି ନଥିବା ଦେଖି ଆଖ ପାଖ ଅଞ୍ଚଳରେ ଖୋଜାଖୋଜି କରି ନପାଇବାରୁ ଏନେଇ ଜରପଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଜରପଡା ଥାନା କେସ ନଂ ୧୮୬/୨୪ରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।