ଅନ୍ୟାନ୍ୟ

ସ୍କାଉଟ ମାଷ୍ଟରଙ୍କୁ ରୋଟାରିରେ ସମ୍ବର୍ଦ୍ଧନା

By Biswaranjan Pattnaik

January 21, 2025

 

ଅନୁଗୁଳ: ମଧ୍ୟପ୍ରଦେଶର ପଞ୍ଚମାଢି ଠାରେ ସ୍କାଉଟ ମାଷ୍ଟର ମାନଙ୍କର ଜାତୀୟ ଟ୍ରେନିଂ ସଫଳତାର ସହ ସମ୍ପନ୍ନ କଲା ପରେ ଅନୁଗୁଳର ଦୁଷ୍ୟନ୍ତ କୁମାର ନାଥଙ୍କୁ ନିକଟରେ ଭାରତ ସ୍କାଉଟ ଆଣ୍ଡ ଗାଇଡ଼ସର ଜାତୀୟ କମିଶନର ଡ଼ା କାଳୀପ୍ରସାଦ ମିଶ୍ର ଓ ତାଲିମ କମିଶନର ସୁରାଜିତ ସେନ ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟରେ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏଥିପାଇଁ ରୋଟାରି ପବ୍ଲିକ ସ୍କୁଲ ଅନୁଗୁଳ ପକ୍ଷରୁ ସ୍କାଉଟ ମାଷ୍ଟର ଦୁଷ୍ୟନ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସ୍କୁଲ କମିଟି ମୁଖ୍ୟ ନିର୍ମଳ କୁମାର ମିଶ୍ର, ରୋଟାରିୟାନ ନିଖିଳ ମିଶ୍ର, ପ୍ରିନ୍ସିପାଲ ଅଶୋକ ବେହେରା,ଭାଇସ ପ୍ରିନ୍ସିପାଲ ମନୋରଞ୍ଜନ ପଣ୍ଡା ପ୍ରମୁଖ ଦୁଷ୍ୟନ୍ତଙ୍କୁ ତାଙ୍କର ସଫଳତା ପାଇଁ ସମ୍ମାନିତ କରିଥିଲେ।