ଘଟଣା ଓ ଦୁର୍ଘଟଣା

ସ୍କ୍ରାପ ବୋଝେଇ ଅଟୋ ଜବତ, ଚାଳକ ଗିରଫ

By Angul TV Bureau

September 28, 2021

ଅନୁଗୁଳ : ଅନୁଗୁଳ ଜିଲ୍ଲା ନାଲକୋ ପଲିସ ପାଟ୍ରୋଲିଂ ବେଳେ ସୋମବାର ରାତିରେ ଏକ ସ୍କ୍ରାପ ବୋଝେଇ ଅଟୋକୁ ଜବତ କରିଛି। ସୁଚନା ଯେ, ବଅଁରପାଳ ଅଞ୍ଚଳରୁ ପ୍ରାୟ ଏକ ଟନ୍ ସ୍କ୍ରାପ ବୋଝେଇକରି ଏକ ଅଟୋ(ଓଆର-୦୨ଏଫ-୨୪୮୦) ଅନୁଗୁଳ ସଞ୍ଜିବ ଗୁପ୍ତାଙ୍କ କବାଡ଼ି ଦୋକାନକୁ ଯାଉଥିଲା। ନାଲକୋ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ଅଟୋକୁ ଯାଞ୍ଚକରି ତାହାର ବୈଧ କାଗଜପତ୍ର ମାଗିଥିଲେ। ଅଟୋ ଚାଳକ ମନୋଜ କୁମାର ପଟେଲ କାଗଜପତ୍ର ଦେଖାଇ ନପାରିବାରୁ ପୁଲିସ ଅଟୋକୁ ଜବତକରି ଏକ ମାମଲା ରୁଜୁକରି ଚାଳକ ମନୋଜଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରିଛି।