ମୁଖ୍ୟ ଖବର

ନିଶା ଶିଳ୍ପାଞ୍ଚଳ ଥାନା ପୋଲିସକୁ ବଡ଼ ସଫଳତା: ୫୪୦ କେଜି ସ୍କ୍ରାପ୍ ବୋଝେଇ ପିକଅପ ଭ୍ୟାନ୍ ଜବତ, ୨ ଗିରଫ

By Angul TV Bureau

February 15, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ ଏକ ସ୍କ୍ରାପ୍ ବୋଝେଇ ପିକଅପ ଭ୍ୟାନ୍ ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦ୍ୱୟ ହେଲେ ଉତ୍ତରପ୍ରଦେଶ ବାରଣାସୀର ଆର୍ଯ୍ୟନ ସ ଓ ଜରପଡା ଥାନା ତୁବେ ଗାଁର ରବୀନ୍ଦ୍ର ସେଠୀ।

ସୂଚନା ମୁତାବକ, ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ବାଲିଚନ୍ଦ୍ରପୁର ଗାଁ ନିକଟରେ ଏକ ପିକଅପ ଭ୍ୟାନରେ ବେଆଇନ ସ୍କ୍ରାପ୍ ବୋଝେଇ ହେଉଥିବା ଖବର ପାଇ ଚଢ଼ଉ କରିଥିଲା। ପୋଲିସକୁ ଦେଖି ଦୁଇ ଜଣ ଯୁବକ ଦୌଡ଼ି ପଳାଉଥିବା ବେଳେ ପୋଲିସ ତାଙ୍କୁ ମାଡ଼ି ବସିଥିଲା। ତାଙ୍କୁ ବେଆଇନ ଭାବେ ବୋଝେଇ ହୋଇଥିବା ଲୁହା ପାଇପ, ଲୁହା ଅଙ୍ଗେଲ ଆଦିର କାଗଜ ପତ୍ର ମାଗିଥିଲେ। ସେମାନେ ଦେଖାଇ ନ ପାରିବାରୁ ପୋଲିସ ରବୀନ୍ଦ୍ର ଓ ଆର୍ଯ୍ୟନଙ୍କୁ ଗିରଫ କରିବା ସହିତ ବେଆଇନ ସ୍କ୍ରାପ୍ ବୋଝେଇ ପିକଅପ ଭ୍ୟାନକୁ ଜବତ କରି ଥାନାକୁ ଆଣିଥିଲେ। ଜବତ ପିକଅପ ଭ୍ୟାନକୁ ପୋଲିସ ଓଜନ କରିବା ପରେ ୫୪୦ କି.ଗ୍ରା ଓଜନର ସ୍କ୍ରାପ୍ ବୋଝେଇ ହୋଇଥିବା ଜଣାପଡ଼ିଛି। ଏନେଇ ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ କେସ ନଂ ୪୪/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।