ଘଟଣା ଓ ଦୁର୍ଘଟଣା

ଶୈଳଶ୍ରୀକ୍ଷେତ୍ରରେ ସ୍ନାନ ଯାତ୍ରା ବେଳେ ଅଘଟଣ: ବିଦ୍ୟୁତ ଆଘାତରେ ସେବାୟତ ଆହତ

By Angul TV Bureau

June 11, 2025

ଅନୁଗୁଳ: ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ଅନୁଗୁଳ ଶୈଳଶ୍ରୀକ୍ଷେତ୍ର ଠାରେ ରୀତିନୀତି ଅନୁସାରେ ମହାପ୍ରଭୁଙ୍କ ସ୍ନାନ ନୀତି ଅନୁଷ୍ଠିତ ହୋଇଛି। ମହାପ୍ରଭୁଙ୍କ ସ୍ନାନ ସରିବା ପରେ ବେଶ କାର୍ଯ୍ୟ ଆରମ୍ଭ ହୋଇଥିଲା। ସେବା କାର୍ଯ୍ୟରେ ନିୟୋଜିତ ହୋଇଥିବା ସେବାୟତଙ୍କ ମଧ୍ୟରୁ ଜଣେ ସେବାୟତଙ୍କୁ ପାଖରେ ଥିବା ଲୁହା ବ୍ୟାରିକେଡରୁ ବିଦ୍ୟୁତ ଆଘାତ ଲାଗିଛି। ଫଳରେ ସେ ଆହତ ହୋଇଥିବା ଜଣାପଡ଼ିଛି। ଆହତ ସେବାୟତ ହେଲେ ସୌରୀ ରଞ୍ଜନ ପଣ୍ଡା।

ସୌରୀ ସ୍ନାନ ମଣ୍ଡପ ପାଖରେ ଏକ ଲୁହା ବ୍ୟାରିକେଡ ଉପରେ ହାତ ରଖିଥିଲେ। ବ୍ୟାରିକେଡରେ ଇଲେକ୍ଟ୍ରିକ ଲାଗି ଚାର୍ଜ ହୋଇଯାଇଥିବାରୁ ସୌରୀଙ୍କୁ ଜୋରରେ ବିଦ୍ୟୁତ ଝଟକା ଲାଗିଥିଲା। ତାଙ୍କ ହାତର ତିନୋଟି ଆଙ୍ଗୁଠିରେ କ୍ଷତ ହୋଇଛି। ତୁରନ୍ତ ତାଙ୍କୁ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।