ମୁଖ୍ୟ ଖବର

ଅନୁଗୁଳ ଜିଲ୍ଲା ମହୋତ୍ସବର ୨ୟ ସନ୍ଧ୍ୟା: ନଭ୍ୟା ଓ ମହମ୍ମଦଙ୍କ ଗୀତରେ ଝୁମିଲା ପୂରା ଷ୍ଟାଡିୟମ୍

By Biswaranjan Pattnaik

January 14, 2024

ଅନୁଗୁଳ: ଶନିବାର ଅନୁଗୁଳ ମହୋତ୍ସବର ଦ୍ଵିତୀୟ ଦିନ। ଅନୁଗୁଳ ଷ୍ଟାଡିୟମରେ ଚାଲିଥିବା ଜିଲ୍ଲା ମହୋତ୍ସବକୁ ଉତ୍ତରାଞ୍ଚଳ ରାଜସ୍ବ କମିଶନର ସୁରେଶ ଚନ୍ଦ୍ର ଦଳାଇ ଉଦଘାଟନ କରିଥିଲେ। ଶ୍ରୀ ଦଳାଇ କହିଥିଲେ, ଅନୁଗୁଳ ଜିଲ୍ଲାର କଳା ସଂସ୍କୃତିର ତୁଳନା ନାହିଁ। ସେହିପରି ସମ୍ମାନିତ ଅତିଥି ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସୁଧାଂଶୁ ଶେଖର ଖରା, ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର, ନାଲକୋ ନିର୍ବାହୀ ନିର୍ଦ୍ଦେଶକ ଅମିୟ କୁମାର୍ ସ୍ୱାଇଁ, ଜିନ୍ଦଲର ନିର୍ବାହୀ ନିର୍ଦ୍ଦେଶକ ପଙ୍କଜ ମହ୍ଲନ ଓ ଜିଲ୍ଲାର ଅନ୍ୟାନ୍ୟ ଉଦ୍ୟୋଗର ଅଧିକାରୀ ମାନେ ଯୋଗ ଦେଇଥିଲେ।

ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଉତ୍ସବରେ ସଭାପତିତ୍ବରେ କରିଥିଲେ। ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ବଅଁରପାଳର ନ୍ୟୁ କ୍ରିଏସନ୍ ଗ୍ରୁପ୍, ଭୁବନେଶ୍ବର ଆକୃତି ଡାନ୍ସ ଏକାଡେମୀ, ପଞ୍ଜାବର ଗିଧା ନୃତ୍ୟ, ଲଉଡି ନୃତ୍ୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ସେହିପରି ରକ୍ ସିଙ୍ଗର ନଭ୍ୟା ଯାଇତି ଏବଂ ମହମ୍ମଦ ଇରଫାନଙ୍କ ସୁମଧୁର ଆଧୁନିକ ଗୀତରେ ଷ୍ଟାଡିୟମ ଝୁମିଥିଲା। ଶୀତୁଆ ସନ୍ଧ୍ୟାରେ ଏହି ଦୁଇ କଣ୍ଠଶିଳ୍ପୀଙ୍କ ଗୀତ ଉଷ୍ମତା ଭରି ଦେଇଥିଲା। ଶତାଧିକ ଅନୁଗୁଳବାସୀ ମହୋତ୍ସବର ଭରପୂର ମଜା ଉଠାଇଥିବା ଦେଖିବାକୁ ମିଳିଥିଲା।