ମୁଖ୍ୟ ଖବର

ରଙ୍ଗ ସଙ୍ଗମର ୨ୟ ଦିବସରେ ମଞ୍ଚସ୍ଥ ହେଲା କୋଶଳୀ ନାଟକ କିଞ୍ଚିତ ଭୋଗମ୍

By Biswaranjan Pattnaik

September 03, 2023

ଅନୁଗୁଳ: ଆଜି ରଙ୍ଗ ସଙ୍ଗମର ଦ୍ଵିତୀୟ ଦିବସରେ ସଭାଘରେ ମଞ୍ଚସ୍ଥ ହୋଇଥିଲା କୋଶଳୀ ନାଟକ କିଞ୍ଚିତ ଭୋଗମାନାଟକକୁ ଉଦଘାଟନ କରିଥିଲେ ବରିଷ୍ଠ କଳାକାର ଶରତ କୁମାର ମାଝୀ। ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଅନୁଗୁଳ ବାର lର ସଭାପତି ଦିଲୀପ କୁମାର ସାହୁ। ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ,କଳାକାର ସଭାପତି ଭୂପେଶ ଚନ୍ଦ୍ର ପ୍ରଧାନ। ମଞ୍ଚ ସଂଯୋଜନା କରିଥିଲେ ନାଟ୍ୟ ନିର୍ଦ୍ଦେଶକ ସୁଧାଂଶୁ ମୋହନ ଦ୍ବିବେଦୀ।ଆଜିର ନାଟକ ଭେଟି ଦେଇଥିଲେ ବରଗଡ଼ ପଦମପୁରର ଲୁ ନାଟ୍ୟାନୁଷ୍ଠାନ। କେଶରଞ୍ଜନ ପ୍ରଧାନଙ୍କ ରଚିତ ଏବଂ ରବିରଞ୍ଜନ ପ୍ରଧାନଙ୍କ ନିର୍ଦ୍ଦେଶିତ ନାଟକ ଆଦିବାସୀ ପରମ୍ପରା loଉପରେ ପର୍ଯ୍ୟବେସିତ।

ନୂଆପଡ଼ା ଜିଲ୍ଲାର ଏକ ଆଦିବାସୀ ସଂପ୍ରଦାୟର ଜୀବନ ଯନ୍ତ୍ରଣା,ସେମାନଙ୍କ ସୁଖଦୁଃଖ,ଚାଲି ଚଳନ କୁ ନେଇ ଗତିଶୀଳ ହୋଇଛି।ସାଧାରଣରେ ଅନ୍ଧବିଶ୍ୱାସ କୁହା ଯାଉଥିଲେ ମଧ୍ୟ ଆଦିବାସୀ ପରମ୍ପରାରେ ତାହା କିଭଳି ସେମାନଙ୍କ ଜୀବନକୁ ପ୍ରଭାବିତ କରିଥାଏ ତାହା ବେଶ୍ ସମ୍ବେଦନଶୀଲତାର ସହ ପ୍ରଦର୍ଶିତ ହୋଇଚି। କଳାକାର ମାନଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ହୋଇଥିଲା ।