ମୁଖ୍ୟ ଖବର

ଦ୍ବିତୀୟ ଇଣ୍ଟରନେସନାଲ ଟ୍ରେଡ୍ ଫେୟାର ଉଦଘାଟିତ

By Angul TV Bureau

October 09, 2026

ଅନୁଗୋଳ: ସହରରେ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରା.ଲି. ଓ ଅନୁଗୋଳ ବାଣିଜ୍ୟ ମେଳା ପକ୍ଷରୁ ଆୟୋଜିତ ଦ୍ବିତୀୟ ଇଣ୍ଟରନେସନାଲ ଟ୍ରେଡ୍ ଫେୟାର ଉଦଘାଟିତ ହୋଇଯାଇଛି। ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି। ଏହି ମେଳାରେ ୧୦ଟି ଦେଶ ଓ ୨୨ଟି ରାଜ୍ୟର ବିଭିନ୍ନ ଉପଯୋଗୀ ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରୟ କରାଯାଉଛି। ଦିଲ୍ଲୀ କିମ୍ବା ବଡ଼ ବଡ଼ ସହରରେ ମିଳୁଥିବା ସାମଗ୍ରୀ ଏବେ ଅନୁଗୋଳବାସୀଙ୍କ ହାତ ପାଖରେ ମିଳିବ।

ଏଣୁ ଏହି ଟ୍ରେଡ୍ ଫେୟାର ଜିଲ୍ଲା ପାଇଁ ସମ୍ପୂର୍ଣ୍ଣ ଭିନ୍ନ ଓ ନିଆରା ବୋଲି ବିଧାୟକ ଶ୍ରୀ ପ୍ରଧାନ କହିଛନ୍ତି ଏବଂ ଜନସାଧାରଣଙ୍କୁ ମେଳା ପରିସର ବୁଲି ଦେଖିବା ସହ ପସନ୍ଦର ସାମଗ୍ରୀ କିଣିବାକୁ ଆହ୍ୱାନ କରିଛନ୍ତି। ଏହି ଉଦଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ସ୍ୱେଚ୍ଛାସେବୀ ପର୍ଶୁରାମ ଦାସ, ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପକ୍ଷରୁ ସୁଜିତ୍ ଗୁପ୍ତା ଓ ପାୟଲ ଆଚାର୍ଯ୍ୟ ଗୁପ୍ତା ଏବଂ ଅନୁଗୋଳ ବାଣିଜ୍ୟ ମେଳାର ପ୍ରତାପ ମହାପାତ୍ର ଓ ଜୟନ୍ତ କର ଉପସ୍ଥିତ ଥିଲେ।