ଅନ୍ୟାନ୍ୟ

ଆଞ୍ଚଳିକ ବୈଦିକ ବ୍ରାହ୍ମଣ ପରିଷଦର ଦ୍ଵିତୀୟ ସାଂଗଠନିକ ସଭା, ହିନ୍ଦୁ ମଠ ମନ୍ଦିରର ଉନ୍ନତୀକରଣ ନେଇ ନିଷ୍ପତ୍ତି

By Angul TV Bureau

December 17, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଆଞ୍ଚଳିକ ବୈଦିକ ବ୍ରାହ୍ମଣ ପରିଷଦର ଦ୍ଵିତୀୟ ସାଂଗଠନିକ ସଭା ପାତ୍ରପଡ଼ାସ୍ଥିତ ମା’ ବାୟାଣୀ ପୀଠ ନିକଟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। ସଭାପତି ପଣ୍ଡିତ ଆଚାର୍ଯ୍ୟଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ପରିଷଦର ବିଭିନ୍ନ ସମସ୍ୟା ନେଇ ଆଲୋଚନା ହୋଇଥିଲା। ଏଥି ସହ ଆଗାମୀ ଦିନରେ ଆଞ୍ଚଳିକ ବୈଦିକ ବ୍ରାହ୍ମଣ ପରିଷଦ ପକ୍ଷରୁ ବିଭିନ୍ନ ମଠ, ମନ୍ଦିରର ଉନ୍ନତୀକରଣ ନେଇ ନିଷ୍ପତ୍ତି ହୋଇଛି। ପରିଷଦର ସମ୍ପାଦକ ହେମନ୍ତ କୁମାର ଆଚାର୍ଯ୍ୟ ସଭା ସଂଯୋଜନା କରିଥିବା ବେଳେ ଉପସଭାପତି ସୁରେଶ ଚନ୍ଦ୍ରତ୍ତ୍ରିପଥି ଧନ୍ୟବାଦ ଅର୍ପଣ କରିଥଲେ।

ଅନ୍ୟମାନଙ୍କ ମଧ୍ୟରେ ପରିଷଦର ଉପଦେଷ୍ଟା କୁମୁଦ ଚନ୍ଦ୍ର ପଣ୍ଡା, ମାଧବ ମିଶ୍ର, ପ୍ରଦୀପ ମିଶ୍ର, ବିପିନ ବିହାରୀ ମହାପାତ୍ରଙ୍କ ସମେତ ଆଠମଲ୍ଲିକ,ଛେଣ୍ଡିପଦା, ଦେବଗଡ଼ର ଶତାଧିକ ବୈଦିକ ବ୍ରାହ୍ମଣ ଉପସ୍ଥିତ ଥିଲେ।