ମୁଖ୍ୟ ଖବର

ଅନୁଗୁଳରେ ଦ୍ବିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ: ୧୨ ଟି ମୋଟରଯାନ ଦୁର୍ଘଟଣା ଜନିତ ମାମଲାରେ ୧ କୋଟି ୧୨ ଲକ୍ଷ ୭୦ ହଜାର ଟଙ୍କାର କ୍ଷତି ପୂରଣ ପ୍ରଦାନ

By Angul TV Bureau

May 11, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଏହି ଲୋକ ଅଦାଲତରେ ୧୧୭ଟି ପ୍ରାକ ମକଦ୍ଦମାଜନିତ ମାମଲାର ଫଇସଲା କରାଯାଇ ୩୦ ଲକ୍ଷ ୮୨ ହଜାର ୧୨ ଟଙ୍କାର ସମାଧାନ କରାଯାଇଥିଲା। ସେହିପରି ୧୯୩୯ ଟି ବିଚାରାଧୀନ ମାମଲାର ଫଇସଲା କରାଯାଇଥିଲା।

ସେଥିମଧ୍ୟରୁ ୧୨ ଟି ମୋଟରଯାନ ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ ୧ କୋଟି ୧୨ ଲକ୍ଷ ୭୦ ହଜାର ଟଙ୍କାର କ୍ଷତି ପୂରଣ ପ୍ରଦାନ କରାଯାଇଥିଲା। ସେହିଭଳି ୩୨ ଟି ଚେକ ବାଉନ୍ସ ମାମଲାର ବିଚାର କରାଯାଇ ୫୮ ଲକ୍ଷ ୪୫ ହଜାର ୮୧୭ ଟଙ୍କାରେ ସମାଧାନ କରାଯାଇଥିଲା। ୪୪ ଟି ଦେୱାନୀ ମାମଲାର ସମାଧାନ କରାଯାଇ ଥିଲା। ୦୫ ଟି ବିଚାରାଧୀନ ବ୍ୟାଙ୍କ ସମ୍ପର୍କିତ ମାମଲା, ୦୬ ଟି ପାରିବାରିକ ମାମଲା (ଛାଡପତ୍ର ବ୍ୟତୀତ), ଓ ୩୬୯ ଟି ଫୌଜଦାରୀ ସମ୍ପର୍କିତ ମାମଲା, ୦୨ ଟି ଜମି ଅଧିଗ୍ରହଣ ମାମଲା, ୧୪୬୯ ଟି ରାଜସ୍ୱ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ମାମଲା ଫଇସଲା କରାଯାଇଥିଲା।

ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ତାଳଚେର, ଆଠମଲ୍ଲିକ, ପାଳଲହଡ଼ା, ଛେଣ୍ଡିପଦା ଓ ବଅଁରପାଳରେ ଥ‌ିବା ଅଦାଲତ, ବିଭିନ୍ନ ତହସିଲ, ବ୍ୟାଙ୍କ ଓ ବି.ଏସ.ଏନ.ଏଲ ଅଂଶ ଗ୍ରହଣ କରିଥିଲେ।

ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ଅନୁଗୁଳ ଅଧ୍ୟକ୍ଷଙ୍କ ତତ୍ତ୍ୱାବଧାନରେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତଟି ଅନୁଷ୍ଠିତ ହୋଇଥିଲା। ଏହି ଲୋକ ଅଦାଲତଟିରେ ଅନୁଗୁଳ ଅଦାଲତର ବିଚାରପତି, ସରକାରୀ ଓକିଲ, ଅନୁଗୁଳ କୋର୍ଟର ଆଇନଜୀବୀ, କୋର୍ଟ, ଜିଲ୍ଲା ଆଇନସେବା ପ୍ରାଧିକରଣ ଓ ବିଭିନ୍ନ ବ୍ୟାଙ୍କର କର୍ମଚାରୀ ଉପସ୍ଥିତ ଥିଲେ। ଏହି ଲୋକ ଅଦାଲତକୁ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ପରିଚାଳନା କରିଥିଲେ।